କୁଜଙ୍ଗ , 26/03/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

କୁଜଙ୍ଗ ର ଦୁଆଡିଆ ସ୍ଥିତ ରଜନୀଦେବୀ ଜରାଶ୍ରମର ନୂତନ ଗୃହ ପ୍ରତିଷ୍ଠା ଅବସରରେ ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଏକ ଅଭିନବ କଥା ଓ କବିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ କଟକ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ରାଜୀବ କୁମାର ଷଡ଼ଙ୍ଗୀ ଯୋଗଦେଇ ବାପା ଓ ମାଆ ଦୁନିଆରେ ଶ୍ରେଷ୍ଠ ସମ୍ପଦ ବୋଲି କହିଥିଲେ l ଯେଉଁ ପରିବାରର ବିଶ୍ୱକର୍ମା ଅର୍ଥାତ ବାପାମାଆ ପୁଅ ବୋହୁର ବିଶ୍ୱାସ ଭାଜନ ହେଇ ନପାରି ଜରାଶ୍ରମ ବାଛିନିଏ , ସେ ପରିବାର ଅଭିଶାପଗ୍ରସ୍ତ ହୁଏ l ଏବର ଯୁବପିଢ଼ି ସତର୍କ ରହିବାକୁ ହେବ ଓ ନିଜର ସନ୍ତାନକୁ ସଂସ୍କାର ଦେଲେ ନିଜ ପାଇଁ ଜରାଶ୍ରମ ଲୋଡ଼ା ପଡିନି ବୋଲି କହିଥିଲେ l ରଜନୀଦେବୀ ଜରାଶ୍ରମର ନୂତନ ଗୃହକୁ ଉଦଘାଟନ କରିଥିଲେ ଉତ୍କଳ ସାହିତ୍ୟ ସମାଜର ଉପ-ସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ l ସେ ସଭାରେ ଜରାଶ୍ରମରଯେ ପ୍ରତିଷ୍ଠାତ୍ରୀଙ୍କୁ ସେବାର ଦେବୀବୋଲି କହିଥିଲେ l ପଣ୍ଡିତ ନାଗୁଚରଣ ଦେବତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଶିଷ୍ଟ ଅତିଥି ଭାବେ ଉତ୍କଳ ସାହିତ୍ୟ ସମାଜର କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ଡକ୍ଟର ରଘୁନାଥ ସାହୁ , ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ସୌଭାଗିନି ରାୟ , ସମାଜ ସଂସ୍କାରକ ଡକ୍ଟର ଅରୁଣ କୁମାର ପାଣି ଯୋଗଦେଇ ବକ୍ତବ୍ୟ ରଖିଥିଲେ l ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦର ମୁଖ୍ୟ ଡକ୍ଟର ବସନ୍ତ ମଞ୍ଜରୀ ଦାସ ଅତିଥି ପରିଚୟ ଦେଇଥିଲେ l ଶିକ୍ଷାବିତ ନଗେନ୍ଦ୍ରନାଥ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ରଜନୀଦେବୀ ଜରାଶ୍ରମର ଅଧ୍ୟକ୍ଷା ଆଡ଼ଭୋକେଟ ମଞ୍ଜୁଲତା ରାଉତ ମଞ୍ଚ ସଂଯୋଜନା କରିଥିଲେ l ଅବସର ପ୍ରାପ୍ତ କୃଷି ଅଧିକାରୀ ପ୍ରେମ ଚରଣ ରାଉତ ,ଇଞ୍ଜିନିଅର ପଦ୍ମନାଭ ରାଉତ ,ପ୍ରଭାତ କୁମାର ବହିରା ଓ ଶ୍ଵେତପଦ୍ମା ରାଉତ ଉତ୍ସବ ପରିଚାଳନା କରିଥିଲେ l ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ,ଗୀତା ଦାସ ,ଜୟନ୍ତୀ ଦାସ ,ହେମନ୍ତ ଚକଲେଟ କବି ଓ ବହୁ ସାହିତ୍ୟିକ ମାନେ କବିତା ପଢିବା ସହିତ ଆଲୋଚନାରେ ଭାଗ ନେଇଥିଲେ l କୃତି ଛାତ୍ରଛାତ୍ରୀ ଓ ବରିଷ୍ଠମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ନୃତ୍ୟ ଓ ସଂଗୀତ ପରିବେଷଣ ହୋଇଥିଲା l