ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜୟଦେବ ସିଠଙ୍କ "ମୁଁ ତ୍ରିରଙ୍ଗା କହୁଛି" କବିତା ସଙ୍କଳନ ଲୋକାର୍ପଣ।

ରାୟଗଡ଼ା, 27/03/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
ପବିତ୍ର ଶ୍ରୀରାମ ନବମୀ ତିଥି ଅବସରରେ ରାୟଗଡ଼ା ରାଣୀ ଗୁଡ଼ା ଫାର୍ମ ମାଆ ମଙ୍ଗଳା ମନ୍ଦିର ପରିସରରେ ସେବା ନିବୃତ୍ତ ଓ ରାଜ୍ୟ ପୁରସ୍କୃତ ଶିକ୍ଷକ,କବି, ଗାଳ୍ପିକ ଓ ସମାଜ ସେବକ ଶ୍ରୀ ଜୟଦେବ ସିଠଙ୍କ ଦଶମ କୃତି "ମୁଁ ତ୍ରିରଙ୍ଗା କହୁଛି"କବିତା ସଙ୍କଳନ ଉପସ୍ଥିତ ସଭି ରାଷ୍ଟ୍ରୀୟ ସ୍ୱୟଂସେବକ ଯଥା ମୁଖ୍ଯ ଅତିଥି ଡଃ ବାଦଲ ତା ରାଜ୍ୟ ସଂଗ୍ରକ୍ଷକ, ସକ୍ଷମ ଓ ରାୟଗଡ଼ା ଜିଲ୍ଲା ସାମ୍ବାଦିକ ସଭାପତି, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ପ୍ରଭାତ କୁମାର ମହାପାତ୍ର ଓଡ଼ିଶା ପଶ୍ଚିମ ପ୍ରାନ୍ତ କୋରାପୁଟ ଓ କଳାହାଣ୍ଡି ବିଭାଗ ଧର୍ମ ଜାଗରଣ ସମନ୍ବୟ ପ୍ରମୁଖ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଯୋଗେଶ୍ୱର ଦାସ ରାଜ୍ୟ ଉପସଭାପତି, ଭାରତୀୟ ମଜଦୁର ସଂଘ, ଓଡ଼ିଶା ତଥା ଆୟୁର୍ବେଦିକ ଡାକ୍ତର ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ରଥ, ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ସଭାପତି ମଙ୍ଗଳା ମନ୍ଦିର, ରାୟଗଡ଼ା,ଶ୍ରୀମତି ଜୟନ୍ତୀ ସିଠ ପୂର୍ବତନ ରାୟଗଡ଼ା ଅଞ୍ଚଳ ସଂସ୍କାର ଶିକ୍ଷା ଉପସଭାପତିଙ୍କ ଆଗ୍ରହ ଆଦର ପୂର୍ବକ ଗଣମାନ୍ଯଙ୍କ କରକମଳରେ ଲୋକାର୍ପଣ ହୋଇଯାଇଛି। କବିତା ସଙ୍କଳନଟିରେ ମୋଟ ୩୭ ଟି କବିତା ସ୍ଥାନିତ। ପ୍ରତ୍ୟେକ କବିତା ରାଷ୍ଟ୍ରୀୟ ଚିନ୍ତା ଚେତନା ସମ୍ବଳିତ ଦେଶାତ୍ମବୋଧକ ଅଟେ ।କବି ବି ଜଣେ ସ୍ବୟଂ ସେବକ। ଦୀର୍ଘ ୩୨ ବର୍ଷ ହେଲା ରାଷ୍ଟ୍ରୀୟ ବିକାଶ କ୍ଷେତ୍ରରେ କାର୍ଯ୍ୟପାଇଁ ସମର୍ପିତ। ତଳ ଦିନରେ ସେ ଦକ୍ଷିଣ ଭାଗ ଓଡ଼ିଶାର ରଥ ପ୍ରଭାରୀ କାର୍ଯ୍ୟ ତୁଲାଇ ଭାଗ୍ ପାଇଁ ପ୍ରଶଂସା ଆଣିଛନ୍ତି ଓ ଜିଲ୍ଲା ହରି କଥା ସଂସ୍କାର ଶିକ୍ଷା ଦାୟିତ୍ଵ ମଧ୍ୟ ନିର୍ବାହ କରିଥିଲେ। ଲୋକାର୍ପଣ ଉତ୍ସବର ମୁଖ୍ୟ ଅତିଥି ବାଦଲ ତା ଓ ମୁଖ୍ୟ ବକ୍ତା ପ୍ରଭାତ କୁମାର ମହାପାତ୍ର ତଥା ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଯୋଗେଶ୍ୱର ଦାସ, ରାଜେନ୍ଦ୍ର ସାହୁ , ପ୍ରମୋଦ କୁମାର ସାହୁ , ପୁସ୍ତକର ଲୋକପ୍ରିୟତା ଓ ପାଠକୀୟ ଆଦୃତି କାମନା କରିଥିଲେ। ମୂଖ୍ୟ ଅତିଥି ମହାଶୟ ମାନେ ପୁସ୍ତକ ସଂପର୍କରେ ସମୀକ୍ଷା ବକ୍ତବ୍ୟ ରଖିଥିଲେ। ବକ୍ତା ମହାଶୟ ବି ସମ୍ୟକ୍ ମାର୍ଗଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟାନ୍ୟ ସ୍ବୟଂ ସେବକ ଭାଇମାନେ ସାମିଲ ହୋଇ ପୁସ୍ତକର ସଫଳତା କାମନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଅନ୍ତେ ଭାରତୀୟ ମଜଦୁର ସଂଘ ରାୟଗଡ଼ା ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ଗଣେଶ ସାହୁଙ୍କ ଦ୍ବାରା ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା।
Article Image
Article Image
5