ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୌରଚଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଏରସମା, 06/02/2025, ଉତ୍କଳ voice news - utkalvoicenews.com ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତର ଗୌରଚଣ୍ଡି ସରକାରୀ ଉନୀତ ଉଚ୍ଚ ବିଦ୍ୟାଳୟ ବାମଦେଇପୁରର ୧୧ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
Article Image
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଅଗ୍ରଗାମୀ ଭୂମିକା ଗ୍ରହଣ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ନୈତିକ ଶିକ୍ଷା ସମାଜ ବଦଳାଇବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଏରସମା ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ପିତବାସ ଗୋଚ୍ଛାୟତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟ ପ୍ରଣବ ସ୍ଵାଇଁ, ଉପାଧ୍ୟକ୍ଷ ବିକାଶ କୁମାର ପରିଡ଼ା, ବାଲିତୁଠ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ, ସରପଞ୍ଚ ବୈଜୟନ୍ତୀ ମହାନ୍ତି, ସମିତି ସଭ୍ୟ ବିକ୍ରମ ମହାପାତ୍ର, ପୂର୍ବତନ ସରପଞ୍ଚ ଗୋପିନାଥ ସାମନ୍ତରାୟ, ବାଲିତୁଠ ସମିତିର ସଭାପତି ହରିହର ଲିଙ୍ଗରାଜ ମହାନ୍ତି, କେଶିପୁର ସମିତିର ସଭାପତି ସମୀର ରଞ୍ଜନ ସ୍ଵାଇଁ, ଅବସରପ୍ରାପ୍ତ ଶିକ୍ଷକ ସୋମନାଥ ମହାପାତ୍ର, ବିଦ୍ୟାଳୟର ସଭାପତି ଆର୍ତ୍ତତ୍ରାଣ ଶତପଥୀ, ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସଚ୍ଚିଦାନନ୍ଦ ସାହୁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଶିକ୍ଷକ ପଙ୍କଜ କୁମାର ବେହେରା ଅତିଥି ପରିଚୟ ଓ ସଭା ପରିଚାଳନା କରିଥିଲେ। ଏଥିରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିଲା। ଶେଷ୍ଠ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ବିମ୍ବାଧର ଦଳାଇ, ମଦନ ମହାନ୍ତି, ୱାର୍ଡ ସଭ୍ୟ ଭଜନ ସେଠି, ଶିକ୍ଷକ / ଶିକ୍ଷୟିତ୍ରୀ ପ୍ରଶାନ୍ତ କୁମାର ବାରିକ, ରାଜେଶ୍ୱରୀ ନାୟକ, ମମତା ପ୍ରଧାନ, ରଶ୍ମିତା ବେହେରା, ମମତା ନାୟକ, ଅନୁଶୟା ଜେନା, ସଙ୍ଗୀତା ରାଣୀ ମହାପାତ୍ର, ରିଙ୍କିନାରାଣୀ ନାଥ, ନିତ୍ୟାନନ୍ଦ ପଣ୍ଡା ଓ ରମାକାନ୍ତ ମଲ୍ଲ ପରିଚାଳନା କରିଥିଲେ।
Article Image
Article Image
1