ଜଗତସିଂହପୁର, 27/03/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
ପବିତ୍ର ଶ୍ରୀରାମ ନବମୀ କୁ ନେଇ ଆଜି ସାରା ଦେଶ ଉତ୍ସବ ମୁଖରିତ । ସେହିପରି ଜଗତସିଂହପୁର ଜିଲାର ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ ହେବା ସହ ରାମ ମନ୍ଦିର ରେ ଭିଡ଼ ଦେଖିବାକୁ ମିଳିଥିଲା । ଏଥି ସହିତ ବଜରଙ୍ଗ ଦଳ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ପୁରୋହିତପୁର ଛକ ନିକଟରୁ ବାହାରି ସହର ପରିକ୍ରମା କରିଥିଲା । ଉକ୍ତ ଶୋଭାଯାତ୍ରାରେ ସଂଗଠନର ବହୁ କର୍ମକର୍ତା, ଯୁବବର୍ଗ ତଥା ରାମପ୍ରେମୀ ମାନେ ଯୋଗ ଦେଇଛନ୍ତି । ଜଗତସିଂହପୁର ବିଧାୟକ ଯୋଗଦେଇ ଶାନ୍ତି ଓ ଭାଇଚାରାର ବାର୍ତା ପ୍ରଦାନ କରିଥିଲେ ।