ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ସହରରେ ଶ୍ରୀରାମ ନବମୀ ଉପଲକ୍ଷେ ବିଶାଳ ବାଇକ ଶୋଭାଯାତ୍ରା

ବୁଗୁଡ଼ା, 27/03/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଆଜି ବୁଗୁଡ଼ା ସହର ଏକ ଆଧ୍ୟାତ୍ମିକ ଓ ଉତ୍ସାହଜନକ ପରିବେଶରେ ଝୁମି ଉଠିଛି। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଯୁବବର୍ଗ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ରାଜ୍ୟର ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇଥିଲେ। ସେ ଶୋଭାଯାତ୍ରାର ଶୁଭାରମ୍ଭ କରିବା ସହ ଅଞ୍ଚଳବାସୀଙ୍କୁ ଶ୍ରୀରାମ ନବମୀର ଶୁଭେଚ୍ଛା ଜଣାଇଥିଲେ। ପ୍ରଭୁ ଶ୍ରୀରାମଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ମଙ୍ଗଳ ପାଇଁ କାର୍ଯ୍ୟ କରିବାକୁ ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ।ଏହି ବାଇକ ଶୋଭାଯାତ୍ରାରେ ବୁଗୁଡ଼ା ନଗର ସଭାପତି, ନଗର ପ୍ରଭାରୀଙ୍କ ସମେତ ଦଳର ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ଏବଂ ବିଭିନ୍ନ ମଣ୍ଡଳର ଯୁବମୋର୍ଚ୍ଚା ସଭାପତିମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଶତାଧିକ ବାଇକରେ ଶ୍ରୀରାମଙ୍କ ପତାକା ଲଗାଇ ଯୁବକମାନେ ସହର ପରିକ୍ରମା କରିଥିଲେ।ଶୋଭାଯାତ୍ରା ସମୟରେ ବୁଗୁଡ଼ା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ସହରର ମୁଖ୍ୟ ରାସ୍ତା ଦେଇ ଯାଇଥିବା ଏହି ଶୋଭାଯାତ୍ରାକୁ ସ୍ଥାନୀୟ ଜନସାଧାରଣ ବେଶ୍ ଉତ୍ସାହର ସହ ସ୍ୱାଗତ କରିଥିଲେ।
Article Image
Article Image
19