ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଦ୍ମଶ୍ରୀ ବାବା ବଳିଆ ଙ୍କ ରାଜ୍ୟସ୍ତରୀୟ ଜନ୍ମୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ରାହାମା, 28/03/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ତଥା ସମାଜ ସଂସ୍କାରକ ପଦ୍ମଶ୍ରୀ ବାବା ବଳିଆ ଙ୍କ ରାଜ୍ୟ ସ୍ତରୀୟ ଜନ୍ମୋତ୍ସବ ପାଳନ ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ ତଥା ସାମ୍ବାଦିକ ସମ୍ମିଳନୀ ରାହାମା ବଣିକ ସଙ୍ଘ କାର୍ଯ୍ୟାଳୟ ପରିସରରେ ରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଏପ୍ରିଲ ମାସ ୮ ତାରିଖ ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆ ଙ୍କ ଧରାବତରଣ ଦିବସ ଅବସରରେ ନାମାଚାର୍ଯ୍ୟ ବାୟା ଙ୍କ ସ୍ମୃତି ଉଦେଶ୍ୟରେ ରାହାମା କଲେଜ ପଡିଆ ରେ ଶତାଧିକ ସଂକୀତର୍ଣ୍ଣ ମଣ୍ଡଳୀ କୁ ନେଇ ଏକ ସଂକୀର୍ତନ ମହାକୁମ୍ଭ , ଶ୍ରୀଗୁରୁ ପୂଜନ,ବୃକ୍ଷ ରୋପଣ , ନିଶାମୁକ୍ତ ଯୁବ ସଂକଳ୍ପ,ବିଦ୍ୟାର୍ଥୀ ସମ୍ବର୍ଦ୍ଧନା, ନାମଯଜ୍ଞ,ଭାଗବତ କଥା, ଭକ୍ତ ଙ୍କ ଅନୁଭୂତି , ଚକ୍ଷୁ ଶିବିର , ଆୟୋଜନ କରାଯିବା ପରିପ୍ରେକ୍ଷୀରେ ଆଜି ଶିଶୁ ଅନନ୍ତ ଆଶ୍ରମ ର ଟ୍ରଷ୍ଟି ଶ୍ରୀବାସ ଦାସ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ବୈଠକ ରେ ଶିଶୁ ଅନନ୍ତ ଆଶ୍ରମ ର ବାବାଜୀ ପ୍ରଣବାନନ୍ଦ ଦାସ ,ବାବାଜୀ ପରମାତ୍ମା ଦାସ,ଜ୍ୟୋତିର୍ବିଦ ଡ଼ଃ ଅରୁଣ କୁମାର ପାଣି , ରାହାମା ବଣିକ ସଙ୍ଘ ସଭାପତି ଶିଶିର କୁମାର ଦାସ , ବିଜୟ କୁମାର ମହାନ୍ତି, ଦିଲ୍ଲୀପ ମହାପାତ୍ର,ଅଧିକାରୀ ରମାକାନ୍ତ ଦାସ ପ୍ରମୁଖ ଯୋଗଦାନ କରିଥିଲେ ! ତେବେ ଏହି କାର୍ଯ୍ୟକ୍ରମ ଏପ୍ରିଲ 7 ତାରିଖରୁ 9 ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ରାହମା ବଜାର କମିଟିର ସଦସ୍ୟ ମାନେ ସମସ୍ତ ଙ୍କର ସହଯୋଗ କାମନା କରିଛନ୍ତି ।
Article Image
Article Image
15