ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ଓକିଲ ସଙ୍ଘ ନିର୍ବାଚନ ଅନୁଷ୍ଠିତ : ସଭାପତି ଭାବେ ମାନସ ଓ ସମ୍ପାଦକ ଭାବେ ଶ୍ୟାମ ନିର୍ବାଚିତ

ବୁଗୁଡ଼ା, 28/03/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡ଼ା ଓକିଲ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ଶନିବାର ଦିନ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ସମୁଦାୟ ୫୨ ଜଣ ଓକିଲ ମତଦାନ କରିଥିଲେ।ଫଳାଫଳ ଘୋଷଣା ହେବା ପରେ ମାନସ ରଞ୍ଜନ ଦାଶ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଶ୍ୟାମ ସୁନ୍ଦର ବିଷୋୟୀ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଉପସଭାପତି ଭାବେ ସୁବ୍ରତ କୁମାର ପଟ୍ଟନାୟକ,ସହ-ସମ୍ପାଦକ ଭାବେ ମନୋଜ କୁମାର ପାଣିଗ୍ରାହୀ,କୋଷାଧ୍ୟକ୍ଷ ଭାବେ କାହ୍ନୁ ଚରଣ ସାହୁ ଏଥିସହିତ ସରୋଜ କୁମାର ଦାଶ, ଦେବୀ ନିବେଦିତା ଚୌଧୁରୀ ଏବଂ ସାଇ ସନ୍ତୋଷିନୀ ପ୍ରଧାନ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାକୁ ନିର୍ବାଚନ ଅଧିକାରୀ ଭାବେ ସତ୍ୟ ନାରାୟଣ ମିଶ୍ର ଦାୟିତ୍ଵ ନିର୍ବାହ କରିଥିଲେ। ଫଳାଫଳ ଘୋଷଣା ପରେ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ସଙ୍ଘର ସମସ୍ତ ସଦସ୍ୟ ଶୁଭେଚ୍ଛା ଜଣାଇଛନ୍ତି।
Article Image
Article Image
19