ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରମ୍ପରିକ ରୀତିନୀତିରେ ବୁଗୁଡା ଅଞ୍ଚଳରେ ଶୁଭାରମ୍ଭ ହେଲା ପ୍ରସିଦ୍ଧ ଦଣ୍ଡଯାତ୍ରା

ବୁଗୁଡ଼ା, 28/03/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡା ବ୍ଳକ ଅନ୍ତର୍ଗତ ଭାମଶ୍ୟାଳି, ପୋଚାଲୁଣ୍ଡି , ପଙ୍କଳବାଡି ଓ ବକ୍ସିପଲ୍ଲୀ,ଡାକରାବାଡି ଗ୍ରାମରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି । ଯାତ୍ରାର ପ୍ରଥମ ଦିନରେ ଦଣ୍ଡ ଉଠୁଥିବା କାଳୀ ମନ୍ଦିର ଗୁଡିକରେ ପାରମ୍ପରିକ ରୀତିନୀତି ପ୍ରକାରେ ସମସ୍ତ କାର୍ଯ୍ୟ ପ୍ରାତଃ କାଳରୁ ଆରମ୍ଭ ହୋଇଥିଲା । ଗ୍ରାମରେ ଥିବା ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରିବା ପରେ ପଇତାପକା , ଅପରାହ୍ନରେ ଦାଣ୍ଡ ଭ୍ରମଣ, ଧୂଳି ଦଣ୍ଡ , ପାଣିଦଣ୍ଡ ଓ ସନ୍ଧ୍ଯା ସମୟରେ ଆଳତି ସହ ରାତିରେ ଦଣ୍ଡୁଆମାନଙ୍କ ଅନ୍ନ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ହୋଇଥିଲା । ଦଣ୍ଡଯାତ୍ରା କାଳରେ ଏ ସମସ୍ତ ଗ୍ରାମରେ ଆଧ୍ଯାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ବେଳେ ଆଖପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରି କୃପା ଭିକ୍ଷା କରିଥିଲେ ।ଅନ୍ୟପକ୍ଷରେ ଏ ବର୍ଷ ଦଣ୍ଡନାଚରେ ପରିବେଷଣ ସମୟରେ ଅଶ୍ଲୀଳତା, ଅପସଂସ୍କୃତି ଓ ଅସାମାଜିକତତ୍ତ୍ବଙ୍କ ପ୍ରାଦୁର୍ଭାବକୁ ପ୍ରତିହତ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ମାନକ ପରିଚାଳନା ପ୍ରଣାଳୀରେ ବ୍ଯତିକ୍ରମ ଘଟିଲେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଯାଇଛି।
Article Image
Article Image
9