ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତେରମାଣପୁର(ମଠସାହି )ଗ୍ରାମରେ କୁନି କୁନି ପିଲାଙ୍କ ଦ୍ଵାରା ୭ମ ବାର୍ଷିକ ଅଷ୍ଟପ୍ରହରୀ ପୂଜା ଅନୁଷ୍ଠିତ

ତିର୍ତୋଲ, 29/03/2026, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
ତିର୍ତୋଲ ଥାନା ଅନ୍ତର୍ଗତ ତେରମାଣପୁର(ମଠସାହି )ଗ୍ରାମରେ ନିତାଇ ଗୌରଙ୍କ ୭ମ ବାର୍ଷିକ ଅଷ୍ଟ ପ୍ରହରୀ ନାମ ସଙ୍କୀର୍ତ୍ତନ ପୂଜା ଅତ୍ୟନ୍ତ ଭକ୍ତିମୟ ଓ ସୁସଂଗଠିତ ଭାବେ ସମ୍ପନ୍ନ ହୋଇଯାଇଛି।ଅଷ୍ଟ ପ୍ରହରୀ ପୂଜା କମିଟି, ମଠସାହି ଆୟୋଜିତ ଏହି ପୂଜାରେ ଆଠ ପ୍ରହରୀ ଧରି ଅବିରତ ନାମ ସଙ୍କୀର୍ତ୍ତନ, ହରିନାମ, ମୃଦଙ୍ଗ–କରତାଳ ଧ୍ୱନି ଓ ଭଜନ–କୀର୍ତ୍ତନ ଦ୍ୱାରା ସମଗ୍ର ଗ୍ରାମ ଓ ଆସପାସ ଅଞ୍ଚଳ ଆଧ୍ୟାତ୍ମିକ ରସରେ ମଗ୍ନ ହୋଇଥିଲା। ନିକଟସ୍ଥ ଗ୍ରାମଗୁଡ଼ିକରୁ ଆସିଥିବା ଶତାଧିକ ଭକ୍ତଙ୍କ ଉପସ୍ଥିତି ପୂଜାକୁ ଅଧିକ ଗୌରବମୟ କରିଥିଲା।ପୂଜା ଅବସରରେ ଅତିଥି ଭକ୍ତମାନେ ନାମ ସ୍ମରଣର ମହତ୍ତ୍ୱ, ଭାଇଚାରା ଓ ସାମାଜିକ ସମନ୍ୱୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ପୂଜା କମିଟି କୁନି କୁନି ପିଲା ମାନଙ୍କ ଏକତା, ଯୁବକମାନଙ୍କ ସକ୍ରିୟ ଅଂଶଗ୍ରହଣ ଓ ଗ୍ରାମବାସୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଶୃଙ୍ଖଳାବଦ୍ଧ ଭାବେ ସମ୍ପନ୍ନ ହୋଇଥିଲା।ଶେଷରେ ମହାପ୍ରସାଦ ସେବନ ସହ ପୂଜାର ସମାପନ ହୋଇଥିଲା। ପୂଜା କମିଟି ପକ୍ଷରୁ ସାଇ, ଶିବା, ଅଙ୍କିତ, ପ୍ରିତମ, ହେନା, ସାଇନା, ମାମୁନି, ଖୁସି, ଗେଲ୍ଲୀ, ବାବୁନା, ଚିକି ଓ ଆରୀୟନ ସହଯୋଗ କରିଥିଲେ.
21