ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଓକିଲ ସଂଘ ନିର୍ବାଚନ ପ୍ରକ୍ରିୟା ଶେଷ,ନୂଆ ସଭାପତି ଓ ସମ୍ପାଦକ ନିର୍ବାଚିତ।

କୁଜଙ୍ଗ , 29/03/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଜଗତସିଂହପୁର ଜିଲ୍ଲା ବାର କାଉନସିଲ ନିଷ୍କରି ମତେ ଶନିବାର ଦିନ କୁଜଙ୍ଗ ଓକିଲ ସଂଘ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ସଭାପତି,ସମ୍ପାଦକ ଓ ସହ ସମ୍ପାଦକ ପଦବୀ ନିମନ୍ତେ ନିର୍ବାଚନ ହୋଇଥିବା ବେଳେ, ଅନ୍ୟ ସବୁ ପଦବୀ ନିମନ୍ତେ ଜଣେ ଲେଖାଏଁ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ପ୍ରତିଦ୍ଵନ୍ଦିତା ର ଆବଶ୍ୟକତା ପଡ଼ିନଥିଲା ।
Article Image
ସଭାପତି ପଦବୀ ନିମନ୍ତେ ବରିଷ୍ଠ ଆଇନଜିବୀ ସଞ୍ଜୟ ବେହେରା ଓ ଜନିଷ୍ଠ ଆଇନଜୀବୀ କରୁଣାକର ସାହୁଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା। ସଞ୍ଜୟ ୧୧୬ ଖଣ୍ଡ ଭୋଟ ପାଇ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ କରୁଣାକର ସାହୁ ମାତ୍ର ୬୧ ଖଣ୍ଡ ଭୋଟ ପାଇ ଶୋଚନୀୟ ଭାବେ ପରାଜିତ ହୋଇଛନ୍ତି ।ସେହିପରି ସମ୍ପାଦକ ନିମନ୍ତେ ରଞ୍ଜିତ ବିଶ୍ବାଳ ଓ କିଶୋର ଶତପତି ସ‌ହ ସମ୍ପାଦକ ନିମନ୍ତେ ସେଲିନାମୟୀ ବିଶ୍ବାଳ ଓ ପ୍ରିୟମ୍ବଦା ପାଣି ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା । ରଂଜିତ ୧୧୪ ଖଣ୍ଡ ଭୋଟ ପାଇ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ମାତ୍ର ୬୪ ଖଣ୍ଡ ଭୋଟ ପାଇ କିଶୋର ଶତପତି ପରାଜିତ ହୋଇଛନ୍ତି । ଅନ୍ୟପଟେ ସହ ସମ୍ପାଦକ ପଦବୀ ନିମନ୍ତେ ରେ ପ୍ରିୟମ୍ବଦା ୧୦୮ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ, ସେଲିନା ୭୦ ଖଣ୍ଡ ଭୋଟ ପରାଜିତ ହୋଇଛନ୍ତି । ଉପସଭାପତି ଭାବେ ଦୀପକ କୁମାର ନାୟକ, ଯୁଗ୍ମ ସମ୍ପାଦକ ଭାବେ ଜ୍ଞାନରଞ୍ଜନ ବିଶ୍ଵାଳ, କୋଷାଧ୍ୟକ୍ ଭାବେ ପବିତ୍ର ମୋହନ ନାୟକ, ପାଠାଗାର ସମ୍ପାଦକ ଭାବେ ପ୍ରଫେସର ପ୍ରଧାନ ଓ କାର୍ଯ୍ୟକାରୀ କମିଟି ସଭ୍ୟା ସଭ୍ୟ ଭାବେ ଦେବେନ୍ଦ୍ର କୁମାର ସାହୁ,ପ୍ରାର୍ଥ ସାରଥୀ ମହାନ୍ତି, ପ୍ରଶାନ୍ତ କୁମାର ବାରିକ, ନିର୍ମଳ କୁମାର ମଲ୍ଲିକ, ସୁବୋଧ କୁମାର ଶତପଥୀ, ରାଜେଶ କୁମାର ଶିଲ, ପ୍ରତାପ କୁମାର ମଲ୍ଲ ଓ ଲକି ବାଳା ପ୍ରଧାନ ପ୍ରମୁଖ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧୁକାରୀ ତଥା ବରିଷ୍ଠ ଆଇନଜୀବି ସତ୍ୟାନନ୍ଦ ବିଶ୍ଵାଳ ଜଣାଇଛନ୍ତି ।
Article Image
Article Image
56