ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ଜିଲ୍ଲା ଓକିଲ ସଂଘର ନିର୍ବାଚନ

ଜଗତସିଂହପୁର, 29/03/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି । ସକାଳ ୭.୩୦ ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଏହି ନିର୍ବାଚନ ଚାଲିଥିଲା। ମୋଟ ୩୭୪ ଜଣ ଭୋଟରଙ୍କ ଭୋଟରଙ୍କ ମଧ୍ୟରୁ ୩୪୦ ଜଣ ଓକିଲ ଆଜି ତାଙ୍କର ମତଦାନ ସାବ୍ୟସ୍ତ କରିଥିଲେ । ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର କୁମାର ସ୍ୱାଇଁ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସରୋଜକାନ୍ତ ବିଶ୍ଵାଳ ସମ୍ପାଦକ ଭାବରେ ବିଜୟ ଲାଭ କରିଛନ୍ତି ।ସେହିପରି ଉପସଭାପତି ଭାବେ ସୁର୍ଯ୍ୟ ନାରାୟଣ ଦାସ, ଯୁଗ୍ମ ସମ୍ପାଦକ ଭାବେ ଦୁର୍ଯ୍ୟୋଧନ ରାଉତ ଓ କୋଷାଧ୍ୟକ୍ଷ ଭାବେ ପ୍ରକାଶ ଚନ୍ଦ୍ର ରାୟ ବିଜୟ ଲାଭ କରିଛନ୍ତି । ତେବେ ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନ ଶେଷ ହୋଇ ଥିବା ବେଳେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି ।ତେବେ ବିଜୟୀ ପ୍ରାର୍ଥୀ ମାନେ ଆଗାମୀ ଦିନରେ ଓକିଲ ଭାଇ ଭଉଣୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଗ୍ରୁରୁତ୍ୱ ଦେବେ ବୋଲି କହିଛନ୍ତି ।
Article Image
Article Image
5