ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୁଣପୁରର ଜ୍ୟୋତିର୍ବିଦ ଡକ୍ଟର ଗଣେଶ ମାଳିଙ୍କୁ କଟକ ରେ ଜ୍ୟୋତିଷ ବାଚସ୍ପତି ସମ୍ମାନ ପ୍ରାପ୍ତ

କଟକ, 29/03/2026, ଉତ୍କଳ voice news - utkalvoicenews.com*( ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
ଅଦ୍ୟ ପବିତ୍ର ଚୈତ୍ର ମାସ ଶୁକ୍ଳ ପକ୍ଷ ପବିତ୍ର ଏକାଦଶୀ ତିଥି ତଥା ଇଂରାଜୀ ତାରିଖ 29/03/2026ରେ ଓଡିଶାର କଳା ନଗର କଟକ ରେ ଏକ ଦିବସୀୟ ରାଜ୍ୟ ସ୍ତରୀୟ ଜ୍ୟୋତିଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏଥିରେ ଓଡିଶା କୋଣ କୋଣରୁ ବିଶିଷ୍ଟ ଜ୍ୟୋତିର୍ବିଦଗଣ ଅଂଶ ଗ୍ରହଣ କରିଥିଲେ l ଇତ୍ୟବସରରେ ଗୁଣପୁର ର ଯୁବ ପ୍ରତିଭା ଜ୍ୟୋତିର୍ବିଦ ଡକ୍ଟର ଗଣେଶ ମାଳି ଯୋଗ ଦାନ କରି ଜ୍ୟୋତିଷ ଓ ମନ୍ତ୍ର ଶକ୍ତିର ମାହାତ୍ମ୍ୟ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଉକ୍ତ ସମ୍ମିଳନୀ ରେ ଶ୍ରୀ ମାଳିଙ୍କୁ ଜ୍ୟୋତିଷ ବାଚସ୍ପତି ସମ୍ମାନ ପ୍ରାପ୍ତ ହୋଇଥିଲା l ଏହି ଗୌରବ ପୁର୍ଣ ସମ୍ନାନ ନିଜ ଜ୍ୟୋତିଷ ଗୁରୁ ଶ୍ରୀ ସ୍ୱାମୀ ବିଦ୍ୟାନନ୍ଦ ସାଗର ମହାରାଜ ଙ୍କ କୃପାରୁ ମିଳିଥିବା ଶ୍ରୀ ମାଳି ପ୍ରକାଶ କରିବା ସହ ଏହି ସମ୍ମାନ ସେ ନିଜର ସ୍ବର୍ଗତ ପିତା ଶ୍ରୀ ନଟବାର ମାଳି ଙ୍କୁ ଉତ୍ସର୍ଗ କରିଛନ୍ତି l
15