ଢ଼ିଙ୍କିଆ ପଞ୍ଚାୟତ ର ତ୍ରିଲୋଚନପୁର , 29/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଏରସମା,ଦୀର୍ଘବର୍ଷ ଧରି କମ୍ପାନୀ ହେଲାଣି, କମ୍ପାନୀ ଧୂଳି, ଧୂଆଁ, କେମିକାଲ ଗନ୍ଧ ରେ ନାକ ଫାଟି ଯାଉଛି, କମ୍ପାନୀ ର ଘଡଘଡି ଶବ୍ଦ ରେ ଘରେ ରହିବା ଅସମ୍ଭାଳ ହୋଇପଡୁଛି l ବିଭିନ୍ନ ସମୟରେ ଗ୍ରାମବାସୀ ନିଜର ଦାବି ଜଣାଉଥିଲେ ମଧ୍ୟ କମ୍ପାନୀ ଅଧିକାରୀ ହୁଅନ୍ତୁ କିମ୍ବା ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି l ଯାହାକୁ ନେଇ ଆଜି ଢ଼ିଙ୍କିଆ ପଞ୍ଚାୟତ ର ତ୍ରିଲୋଚନପୁର ଗ୍ରାମବାସୀ ଏକାଠି ହୋଇ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରିବା ସହିତ ଯଦି କମ୍ପାନୀ ଆମର ଗ୍ରାମବାସୀ ଙ୍କ ଦାବି ପୂରଣ ନ କରନ୍ତି ତେବେ ଗ୍ରାମବାସୀ ପ୍ରଥମେ ଅସହଯୋଗ ଆନ୍ଦୋଳନ,ଯଦି ଏଥିରେ ଅମର ଦାବି ପୂରଣ ନ ହୁଏ l ତେବେ କମ୍ପାନୀ ରେ ତାଲା ଝୁଲାଇବାକୁ ପ୍ରତିବାଦ ସଭାରେ ଚେତାବନୀ ଦେଇଛନ୍ତି ଶିଳ୍ପ କ୍ଷତିଗ୍ରସ୍ତ ଏକତା ମଞ୍ଚ ର ତ୍ରିଲୋଚନପୁର ଗ୍ରାମବାସୀ l ଯେଉଁଭଳି ଭାବରେ ଜୋର ଜବରଦସ୍ତି ଚାଷୀମାନଙ୍କ ଜମି ଉପରେ ବିଦ୍ୟୁତ ଖୁଣ୍ଟ ଓ ତାର ବିଛାଇବା କାର୍ଯ୍ୟ ବନ୍ଦ କରିବା,ଜେଏସଡବ୍ଲୁ ରେ ଅବହେଳିତ ହୋଇଥିବା ତ୍ରିଲୋଚନପୁର ଗ୍ରାମର ୭ଟି ୱାର୍ଡ କୁ ଜଙ୍ଗଲ ଜମି ଟଙ୍କା ସହ ରାସନ ଟଙ୍କା ପ୍ରଦାନ କରିବା,ପୂର୍ବ ରୁ କାମ କରୁଥିବା ଲୋକମାନଙ୍କୁ ମାସିକ ୩୫00 ଭତ୍ତା ଟଙ୍କା ପ୍ରଦାନ କରିବା,
ଯୋଗ୍ୟତା ଭିତ୍ତିରେ ଯୁବକ ଓ ଯୁବତୀ ମାନଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦିଆଯିବା,ଜଳ ଯୋଗାଣ ଓ ଶିକ୍ଷାନୁଷ୍ଠାନ କୁ ଉପଯୁକ୍ତ ଅନୁଦାନ ଓ ଉନ୍ନତିକରଣ କରିବା,
ପଯ୍ୟାପ୍ତ ପରିମାଣ ର ବୃକ୍ଷରୋପଣ କରାଯିବା ସହିତ ପ୍ରାକୃତିକ ବିପର୍ଜୟ ସମୟରେ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୁରଣ ପ୍ରଦାନ କରିବା,ଟ୍ରେନିଂସେଣ୍ଟର ମାଧ୍ୟମରେ ଯୁବକ ଓ ଯୁବତୀ ମାନଙ୍କୁ ତାଲିମ ଦିଆଯାଇ ସେମାନଙ୍କୁ କମ୍ପାନୀ ର କାର୍ଯ୍ୟ ରେ ନିଯୁକ୍ତି ପ୍ରଦାନ କରିବା ସହିତ ଗ୍ରାମ୍ୟ ରାସ୍ତା ର ଉନ୍ନତି କରଣ,ସ୍ବାସ୍ଥ୍ୟ ସେବାକୁ ପ୍ରାଧାନ୍ୟ ଏବଂ କୃଷକ ମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛି ତ୍ରିଲୋଚନପୁର ର ଶିଳ୍ପ କ୍ଷତିଗ୍ରସ୍ତ ଏକତା ମଞ୍ଚ l ଆଜିର ଏହି ପ୍ରତିବାଦ ସଭାରେ ଧୀରେନ୍ଦ୍ର ବେହେରା, ବାବୁଲାଲ ମହାପତ୍ର, ସୁରେନ୍ଦ୍ର ରାଉତ, ସୁଧୀର ମହାପାତ୍ର, ଧନଞ୍ଜୟ ବେହେରା, ଭଜନାନନ୍ଦ ଦାସ, ମୁରଲୀ ପଳାଇ, ଗଣେଶ୍ୱର ମହାରଣା, ପିତାମ୍ବର ଗୋଛାୟତ, ସୁରେଶ ସାହୁ, ରମେଶ ପ୍ରଧାନ, ପ୍ରମୋଦ ଘଡେଇ, ଦୁଃଖୀ ଲେଙ୍କା, ଅରକ୍ଷିତ ଗୋଛାୟତ, ବିଶ୍ୱ ପ୍ରିୟଦର୍ଶିନୀ ପଣ୍ଡା ଙ୍କ ସମେତ ଗ୍ରାମର ଶତାଧିକ ସଂଖ୍ୟାରେ ପୁରୁଷ, ମହିଳା ସାମିଲ ହୋଇ କମ୍ପାନୀ ବିରୁଦ୍ଧରେ ପ୍ରତିବାଦ ର ସ୍ୱର ଉଠାଇଥିଲେ l