ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସଞ୍ଜୟ କୁମାର ବେହେରା କୁଜଙ୍ଗ ଓକିଲ ସଙ୍ଘ ସଭାପତି ନିର୍ବାଚିତ l

କୁଜଙ୍ଗ , 29/03/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ତା: ୨୮.୦୩.୨୦୨୬ ରିଖ :
Article Image
ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା କୁଜଙ୍ଗ ଓକିଲ ସଙ୍ଘ ର ସଭାପତି ଭାବେ ନିର୍ବାଚିତ l ରାଜ୍ୟ ଓ ଜଗତସିଂହପୁର ଜିଲ୍ଲାର ଏକ ସୁନାମଧନ୍ୟ ଓକିଲ ସଙ୍ଘ ଭାବେ ଜଣାଶୁଣା କୁଜଙ୍ଗ ଓକିଲ ସଂଘ ର ସଭାପତି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ନିର୍ବାଚିତ ହୋଇଛନ୍ତି l ରାଜ୍ୟ ଆଇନଜୀବୀ ପରିଷଦ ଦ୍ବାରା ପରିଚାଳିତ ନିର୍ବାଚନ ନିର୍ବାଚନରେ ସଭାପତି ଭାବେ ସଞ୍ଜୟ କୁମାର ବେହେରା ୧୧୬ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ କରୁଣାକର ସାହୁ ୬୧ ଖଣ୍ଡ ଭୋଟ ପାଇଥିଲେ l ସେହିପରି ସମ୍ପାଦକ ଭାବେ ରଞ୍ଜିତ ବିଶ୍ବାଳ, ସହ ସମ୍ପାଦକ ଭାବେ ପ୍ରିୟମ୍ବଦା ପାଣି ନିର୍ବାଚିତ ହୋଇଛନ୍ତି l ଉପସଭାପତି ଭାବେ ଦିପକ କୁମାର ନାୟକ, ଯୁଗ୍ମ ସମ୍ପାଦକ ଭାବେ ଜ୍ଞାନ ରଞ୍ଜନ ବିଶ୍ବାଳ, ପାଠାଗାର ସମ୍ପାଦକ ଭାବେ ପ୍ରଫେସର ପ୍ରଧାନ ବିନା ପ୍ରତିଦ୍ବନ୍ଦିତା ରେ ନିର୍ବାଚିତ ହୋଇଛନ୍ତି l ସଭାପତି ସଞ୍ଜୟ କୁମାର ବେହେରା ଙ୍କୁ ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ, ପୂର୍ବତନ ସାଂସଦ କୁଳମଣି ସାମଲ, କୁଜଙ୍ଗ ବଣିକ ସଙ୍ଘ, କୁଜଙ୍ଗ ଆଥଲେଟିକ୍ କ୍ଲବ୍, ପାରାଦୀପ ଟ୍ରକ୍ ଓନର୍ସ ଆସୋସିଏସନ୍, ଆର୍ସେଲର ମିତ୍ତଲ୍ ଓ ନିପୋନ ଷ୍ଟିଲ, ପାରାଦୀପ ତୈଳ ବିଶୋଧନାଗାର, ପିପିଲ୍, ପାରାଦୀପ ପୋର୍ଟ ଶ୍ରମିକ ସଂଘ କୁଜଙ୍ଗ କୋର୍ଟ ଅଧୀନସ୍ଥ ସମସ୍ତ ଥାନା ଓ ବନ ବିଭାଗ ଅଧିକାରୀ, କୁଜଙ୍ଗ, ପଙ୍କପାଳ, ନୂଆଗଡ, ଗୋପିଆ କୁଦ, ମଙ୍ଗରାଜ ପୁର,ବାଗୋଇ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଓ ବିଭିନ୍ନ ସାମାଜିକ ସଙ୍ଗଠନ ମାନେ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଙ୍କୁ ଅଭିନନ୍ଦନ ଜଣାଇଛନ୍ତି l ସେ ନିର୍ବାଚିତ ପରେ କୁଜଙ୍ଗ ଓକିଲ ସଂଘର ବ୍ୟାପକ ଉନ୍ନୟନ ମୂଳକ କାର୍ଯ୍ୟ ହେବ ବୋଲି ଓକିଲ ମାନେ ଆଶା ରଖିଛନ୍ତି l ଆଗମୀ ଦିନରେ ଖୁବ୍ ଶିଘ୍ର ବାର ଆସୋସିଏସନ୍ ର ଭିତ୍ତି ଭୂମି ର ବିକାଶ, ସମସ୍ତ ସଭ୍ୟ/ ସଭ୍ୟା ଙ୍କ ପାଇଁ ଲକର୍, ଜୀବନ ବୀମା, ଜୁନିଅର ଆୟ ବୃଦ୍ଧି ର ବ୍ୟବସ୍ଥା, ଲାଇବ୍ରେରୀ, କ୍ୟାଣ୍ଟିନି, ପାର୍କିଂ ସ୍ଥଳ, ବାର ଆସୋସିଏସର ଫଣ୍ଡ୍ ବୃଦ୍ଧି ଆଦି ଜନ ହିତକର କାର୍ଯକ୍ରମ କରାଯିବ ବୋଲି ସଭେପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ପ୍ରକାଶ କରିଛନ୍ତି l ଆଜି ନବ ନିର୍ବାଚିତ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଙ୍କ ସହିତ ବାର ଆସୋସିଏସନ୍ ସଭ୍ୟ ଦାମୋଦର ସ୍ୱାଇଁ, କୈଳାଶ ଚନ୍ଦ୍ର ମହାପାତ୍ର, ନୃସିଂହ ଚନ୍ଦ୍ର ପ୍ରଧାନ,ପ୍ରଣୟ ପରିଜା, ସୁବର୍ଣ୍ଣ ମିଶ୍ର, ପ୍ରତାପ ଚନ୍ଦ୍ର ମଲ୍ଲ, ସଂଗ୍ରାମ ସ୍ୱାଇଁ, ଉଷ୍ମ ରଶ୍ମି ବିଶ୍ୱାଳ, ରଶ୍ମି ରଞ୍ଜନ ସାମନ୍ତରାୟ
Article Image
Article Image
Article Image
Article Image
8