ଏରସମା, 30/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
_1774838831.jpg)
ଏରସମା ବ୍ଲକ୍ କୁଞ୍ଜକୋଠି ପଞ୍ଚାୟତ ଅନ୍ତର୍ଗତ କର୍ନଗୁଳି
ନୀଳକଣ୍ଠେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୨ରୁ ୧୯୯୫ ମସିହା ମାଟ୍ରିକ ବ୍ୟାଚ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କର ବିଦ୍ୟାଳୟ ପରିସରରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଛି। ରବିବାର ଉକ୍ତ କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଦ୍ୟାର୍ଥୀ ମାନେ ଯୋଗଦେଇ ଅତିତର ସ୍ମୁତିକୁ ଉଜ୍ଜିବିତ କରିଥିଲେ ଏବଂ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ପ୍ରାକ୍ତନ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟରେ ଅଧ୍ୟୟନ ସମୟର ନିଜନିଜର ସ୍ମୁତି ଓ ଅନୁଭୂତିକୁ ବାଣ୍ଟିଥିଲେ।ପୂରାତନ ବିଦ୍ୟାର୍ଥୀମାନେ ପ୍ରଥମେ ଭଗବାନ ନୀଳକଣ୍ଠେଶ୍ଵର,ଶ୍ରୀ ଗଣେଶ,ମହାତ୍ମାଗାନ୍ଧୀ,ଗୋପବନ୍ଧୁ ଏବଂ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ଵର୍ଗତ ପଦ୍ମନାଭ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।ପରିଶେଷରେ ପୂରାତନ ଛାତ୍ର ଛାତ୍ରୀ ମାନଙ୍କର ନିଜର ଲିଖିତ କବିତା ପାଠ କରିବା,କୋୖତୁକ ଖେଳ ଖେଳିବା, ନାଚ ଗୀତ କରି ବନ୍ଧୁମିଳନ ଉତ୍ସବକୁ ସ୍ମରଣୀୟ କରିଥିଲେ।ପ୍ରାକ୍ତନ ଛାତ୍ର ପ୍ରଶାନ୍ତ କୁମାର ବେହେରାଙ୍କ ପୋୖରହିତ୍ୟରେ ଅନୁଷ୍ଠିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଫକୀର ଚରଣ ସେଠୀ,ପ୍ରଭାସ ପାତ୍ର,ଅରୁଣା ପ୍ରୀୟା ଦାଶ,ସୁଦାମ କଳାପାହାଡ଼,ଅନୁସୟା ମିଶ୍ର,ସ୍ଵର୍ଣ୍ଣପ୍ରଭା ନାୟକ, ହାଡିବନ୍ଧୁ ବେହେରା, ସତ୍ୟଭାମା ସେଠୀ, ଶାନ୍ତିଲତା ଖୁଣ୍ଟିଆ, ବାବୁ ଦାସ, ତୃଷ୍ଣା ରାଣୀ ବାରିକ,ସୁବାସ ବେହେରା, ସୁଶାନ୍ତ କୁମାର ରାଉତ, ଜିତେନ୍ଦ୍ର ସ୍ଵାଇଁ, ପଞ୍ଚାନନ କଳାପାହାଡ଼, ନିବାସ ତରାଇ, ହୃଷିକେଶ ପ୍ରଧାନ,ଅମିର ଦାସ, ଗିତାଞ୍ଜଳି ନାୟକ, ପ୍ରବୋଧ ବଳିୟାର ସିଂହ ପ୍ରମୁଖ ଯୋଗ ଦେଇଥିଲେ।
_1774838831.jpg)