ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗରେଇଠାରେ ମହାବୀର ସେବା ସଙ୍ଘ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ଗରେଇ/ଜଗତସିଂହପୁର, 30/03/2026, ଉତ୍କଳ voice news - utkalvoicenews.com( ତିର୍ତୋଲରୁ ଜଗନ୍ନାଥ ପ୍ରସାଦ ସାହୁଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ଗରେଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି "ମହାବୀର ସେବା ସଙ୍ଘ" ପକ୍ଷରୁ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ପ୍ରସିଦ୍ଧ CARE Hospitals ର ବୈଷୟିକ ସହଯୋଗରେ ଆୟୋଜିତ ଏହି ଶିବିରରେ ଅଞ୍ଚଳର ଶତାଧିକ ରୋଗୀ ଯୋଗଦେଇ ମାଗଣା ଚିକିତ୍ସା ଓ ପରାମର୍ଶ ସେବା ଲାଭ କରିଛନ୍ତି। ଏହି ଶିବିରରେ CARE Hospitals ର ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ଜ୍ୟୋତିର୍ମୟ ସାହୁ (Senior Consultant Cardiologist) ଏବଂ ମେଡିସିନ ବିଭାଗର ଅଭିଜ୍ଞ ଡାକ୍ତର ସୌମ୍ୟ ଦାସ (Dr. Somya Dash) ଯୋଗଦେଇ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ବିଶେଷ କରି ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ, ମଧୁମେହ ଓ ଅନ୍ୟାନ୍ୟ ଜଟିଳ ରୋଗର ଚିକିତ୍ସା ପାଇଁ ରୋଗୀମାନଙ୍କୁ ମାଗଣା ପରାମର୍ଶ ସହ ECG, Sugar ଏବଂ B.P. ପରୀକ୍ଷା ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥିଲା।ଏହି ସମଗ୍ର କାର୍ଯ୍ୟକ୍ରମକୁ ମହାବୀର ସେବା ସଙ୍ଘର ସମ୍ପାଦକ ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳନା କରାଯାଇଥିଲା। ଶିବିର ପରିଚାଳନାରେ ସଙ୍ଘର ସଦସ୍ୟ ସାରଦା ଜେନା, ପ୍ରକାଶ ତାରିଣୀଆ, ନବୀନ ଆଚାର୍ଯ୍ୟ, ଅନାମ ରାଉତ, ବିଜୟ କୁମାର ଓଝା, ସୁନୀଲ ପରିଜା, ସୁମନ୍ତ ଲେଙ୍କା ଏବଂ ପରାମର୍ଶଦାତା ପବିତ୍ର ମିଶ୍ର ଓ ସାରଦା ପ୍ରସନ ଦାସ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଅଞ୍ଚଳର ଗରିବ ଓ ଅସହାୟ ରୋଗୀମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ସଙ୍ଘର ଏହି ଜନହିତକର ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ଏହିପରି ଆହୁରି ଅନେକ ସେବାମୂଳକ କାର୍ଯ୍ୟକ୍ରମ କରାଯିବ ବୋଲି ସଙ୍ଘ ତରଫରୁ ସୂଚନା ଦିଆଯାଇଛି।
7