ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସିଦ୍ଧ ମହାବୀର ହନୁମାନ ଙ୍କ ପୀଠରେ ୨୩ ତମ ଯଜ୍ଞ ବାର୍ଷିକ ଅନୁଷ୍ଠିତ।

ଏରସମା, 31/03/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଅରଡ଼ା ଗ୍ରାମରେ ବିଜେ କରିଥିବା ସିଦ୍ଧ ମହାବୀର ହନୁମାନଙ୍କ ପୀଠରେ ତିନି ଦିନଧରି ଯଜ୍ଞବାର୍ଷିକ ଅନୁଷ୍ଠିତ ହୋଇଅଛି। ଉକ୍ତ ଯଜ୍ଞ ଟି ଦୀର୍ଘ ୨୩ ବର୍ଷ ଧରି ଅରଡ଼ା ଗ୍ରାମ ବାସୀଙ୍କ ତତ୍ତ୍ୱବଧାନରେ ଶାନ୍ତି ଶୃଙ୍ଖଳା ସହିତ ଚାଲି ଆସିଅଛି।ସର୍ବପ୍ରଥମେ କଳସ ଶୋଭାଯାତ୍ରାରେ ସମସ୍ତ ଭକ୍ତ ଯୋଗଦେଇଥିଲେ ଏବଂ ତାପରେ ରୀତି ନୀତି ହିସାବରେ ଘଟ ସ୍ଥାପନ ଓ ରାମ ନାମ ନାମ ଯଜ୍ଞ ତିନି ଦିନଧରି ଚାଲି ଥିଲା । ଦିତୀୟ ଦିନରେ ବାବା ବିଭୁତି ଦାସ ପ୍ରବଚନ ଦେଇଥିଲେ ।ଅନୁଷ୍ଠାନ ତରଫରୁ ମା ଭୁଆଶୁଣି ଗୀତିନାଟ୍ୟ ରାମ ହନୁ ଯୁଦ୍ଧ ରାମଲୀଳା ପ୍ରସ୍ତୁତ କରାଯାଇଥିଲା। ଉଦଯାପନୀ ଦିବସ ରାମନବମୀ ଦିନ ପ୍ରଭୁ ଶ୍ରୀରାମଙ୍କ ଜନ୍ମଦିବସରେ ଏହି ଯଜ୍ଞର ପୂର୍ଣ୍ଣାହୁତି ହୋଇଥିବାରୁ ହଜାର ହଜାର ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଥିଲା ମଠ ପ୍ରାଙ୍ଗଣରେ। ଅନୁଷ୍ଠାନ ତରଫରୁ ତିନିଦିନ ଧରି ଦୁଇ ସମୟ ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା। ମଠ ର ଆୟ କହିଲେ କିଛି ନାହିଁ। ଯାହା ଭକ୍ତଙ୍କ ସହଯୋଗରେ ଅନୁଷ୍ଠାନ ଆଜି ଯାଏ ଚାଲି ଆସୁଛି।
Article Image
6