ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରଘୁନାଥପୁର ଠାରେ ବିଜେପି ପକ୍ଷରୁ କାର୍ଯ୍ୟକାର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ।

ରଘୁନାଥପୁର, 01/04/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ପବିତ୍ର ଉତ୍କଳ ଦିବସ ପାଳନ ଅବସରରେ ରଘୁନାଥପୁର ଠାରେ ବିଜେପି ପକ୍ଷରୁ କାର୍ଯ୍ୟକାର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସହିତ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ଯୁବ ନେତା ସୁବୋଧ ବାରିକ, ବରିଷ୍ଠ ବିଜେପି ନେତା ରାଜ କିଶୋର ବେହେରା, ଜିଲ୍ଲା ବିଜେପି ସଭାପତି ପ୍ରତପ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ବିକଶିତ ଓଡ଼ିଶା ବିକଶିତ ଭାରତ ଗଠନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟ ରେ ମନ୍ତ୍ରୀ ଙ୍କୁ ଭବ୍ୟ ସ୍ୱାଗତ କରାଯାଇ ଥିଲା । ବହୁ ଦଳୀୟ ନେତା ଓ କର୍ମୀମାନେ ଯୋଗଦେଇ ଥିବା ବେଳେ ସଂଗଠନ କୁ ସୁଦୃଢ କରିବା କୁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ । ପରେ ଗୋପାଳନ ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଇ ଥିଲା ।
Article Image
Article Image
14