ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢେଙ୍କାନାଳ ଆମ୍ ଆଦମୀ ପାର୍ଟି ପକ୍ଷରୁ ଉତ୍କଳ ଦିବସ ପାଳିତ

ଢେଙ୍କାନାଳ, 01/04/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସମ୍ପାଦକ ଅନିଲ ସାମଲଙ୍କ ତତ୍ୱାବଧାନରେ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ, ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ଓଡାପଡ଼ା ବ୍ଲକ ସଭାପତି ଇଂ ପିତାମ୍ବର ଦାସ, ନଗର ଉପସଭାପତି ବିଜୟ ଦାସ, ବରିଷ୍ଠ ସଦସ୍ୟ ପ୍ରସନ୍ନ ବରାଳ, ଜୟଦେବ ବେହେରା, ଚିନ୍ମୟ ସେନାପତି, ବିଜୟ ନାଏକ ପ୍ରମୁଖ ଯୋଗଦେଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଧୂପଦାନ ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଓଡିଶା ପ୍ରଦେଶ ଗଠନ ଓ ମଧୁବାବୁଙ୍କ ବିଷୟରେ ଏକ ଆଲୋଚନା ଚକ୍ରରେ ସମସ୍ତେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ।
15