ରାୟଗଡ଼ା, 01/04/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*

ପ୍ରତେକବର୍ଷଭଳିଏହିବର୍ଷ ମଧ୍ୟ ଉତ୍କଳ ଦିବସବୁଧବାର 1.04. 2026 ସାଇପ୍ରିୟାୱାକର୍ସ କ୍ଲବଆନୁକୂଲ୍ୟରେ ସାଇ ପ୍ରିୟନଗର ସ୍ଥିତ ବଡ଼ମୀଣ୍ଟନ ପଡିଆ ଠାରେ ମହାଧୂମଧାମ ର ସହପାଳନକରାଯାଇଥିଲା. ଏହି ଉତ୍କଳ ଦିବସରେ ଶ୍ରୀଯୁକ୍ତ, ସୁଜିତ କୁମାର ମିଶ୍ର, (ଓଡିଶା ପ୍ରଶାସନିକ ସେବା ) ଗୋଷ୍ଠୀ ଉନୟନ ଅଧିକାରୀ, ରାୟଗଡ଼ ମୁଖ୍ୟ ଅତିଥି,ମୁଖ୍ୟ ବକ୍ତା ଅବସରପ୍ରାପ୍ତ ପ୍ରଧାପକ ଡ଼କ୍ଟର. ଦୁଷ୍ମନ୍ତ କୁମାର ମହାନ୍ତି, ସରକାରୀ ମହିଳା ମହାବିଦ୍ୟାଳୟ, ରାୟଗଡ଼,ସମ୍ମାନନୀୟ ଅତିଥିଭାବେ ଆନ୍ତର୍ଜାତୀୟ ୱାକର୍ସ କ୍ଲବ ର ଆଞ୍ଚଳିକ ପାରିଷଦ ୱାକର. କିଶୋର ଚନ୍ଦ୍ର ପଣ୍ଡା,ସମ୍ମାନନୀୟ ଅତିଥି ଭାବେ ମୁଖ୍ୟ ଆଞ୍ଚଳିକ ସଂଯୋଜକ ୱାକର. ସତ୍ୟବାଦୀ ପତି, ସମ୍ମାନନୀୟ ଅତିଥି ଭାବେ ମୁଖ୍ୟଆଞ୍ଚଳିକ ସାଂଯୋଜକ ୱାକର.ଅଭିମନ୍ୟୁ ନାୟକ ସମ୍ମାନୀୟ ଅତିଥି ଭାବେ ରାୟଗଡ଼ ଜିଲ୍ଲା ଓକିଲସଂଘ ର ନବ ନିର୍ବାଚିତ ସଭାପତି ତଥା ରାୟଗଡା ୱାକର୍ସ କ୍ଲବ ର ସଭାପତି ୱାକର. ବ୍ରଜ ସୁନ୍ଦର ନାୟକ, ନିମନ୍ତ୍ରିତ ଅତିଥି ଭାବେ ରାୟଗଡ଼ ଜିଲ୍ଲା ଓକିଲ ସଂଘ ର ନବନିର୍ବାଚିତ ସମ୍ପାଦକ ଶ୍ରୀଯୁକ୍ତ ରମେଶ କୁମାର ପାଢ଼ୀ,କୋଷାଧକ୍ଷ ଶ୍ରୀଯୁକ୍ତ ବିସ୍ମୟ ପଟ୍ଟନାୟକ ତଥା ସାଇପ୍ରିୟା ୱାକର୍ସ କ୍ଲବ ର ସଂସ୍ଥାପକ ତଥା ଭୁତ ପୁର୍ବ ସଭାପତି ୱାକର. ସୁବାଷ ବେହେରା, ଵୟୋଜ୍ୟେଷ୍ଠ ସଦସ୍ୟ ଓ ମୁଖ୍ୟ ଉପଦେଷ୍ଠା ୱାକର ଦେବରାଜ ପଣ୍ଡା, ଉପଦେଷ୍ଟା ୱାକର.ଡ଼କ୍ଟର ଏମ. ସୁରେଶ କୁମାର, ଗତ ବର୍ଷ ର ସଭାପତି ୱାକର. କେ. ଏସ. ଏନ. ଶର୍ମା, କୋଷାଧକ୍ଷ କେ. ବୈକୁଣ୍ଠ ରାଓ, ସମ୍ପାଦକ ୱାକର. ଜଗନ୍ନାଥ ନାୟକ, ଉପସଭାପତି-1 ୱାକର. ଲାଲମୋହନବେହେରା, ଉପସବପତି-2 ବିପ୍ର ଚରଣ ବ୍ରମହା, ସହ ସମ୍ପାଦକ ପଟ୍ଟାମ ସୁରେଶ ଙ୍କ ସହ ସାଇପ୍ରିୟା ୱାକର୍ସ କ୍ଲବର ଅନେକ ୱାର୍କର ଭାଇ ଙ୍କ ସହ ଆଠ ଟି ୱାକର୍ସ କ୍ଲବ ର ବହୁ ସଂଖ୍ୟକ ୱାକର ଭାଇ ଯୋଗ ଦେଇତଥି ଲେ. କାର୍ଯ୍ୟକ୍ରମ ଟି ସାଇପ୍ରିୟା ୱାକର୍ସ କ୍ଲବ ର ସଭାପତି ୱାକର. ଜୟକୃଷ୍ଣ ପ୍ରଧାନଙ୍କ ପୌରହିତ୍ୟ ରେ ସମସ୍ତ ଅତିଥିଙ୍କ ଗହଣରେ ଉତ୍କଳ ର ଆରାଧ୍ୟ ମହାପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପୂଜା ଅର୍ଚନା କରାଯାଇ ଦୀପ ପ୍ରଜ୍ବଳନ କରାଯିଵା ପରେ ଉତ୍କଳ ପୁର୍ବ ସୁରୀ ଯୋଗଜନ୍ମା ମହାପୁରୁଷ ମାନଙ୍କ ଚରଣ ବନ୍ଦନା ସହ ଭକ୍ତି ପୁଷ୍ପ ଅର୍ପଣ ପୂର୍ବକ କାର୍ଯ୍ୟ କ୍ରମ ଉତ୍କଳ ଓଡିଶା ର ଜାତୀୟ ସଂଗୀତ ଗାନ କର ଯାଇଥିଲା.କୁନି କୁନି ଭଉଣୀ ମାନେ ସୁନ୍ଦର କଣ୍ଠରେ ଓଡ଼ିଶାର ଜାତୀୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ. ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଓ ଅନ୍ୟାନ୍ୟ ସମ୍ମାନୀତ ଅତିଥି ଙ୍କ ଓଜସ୍ୱିନୀ ଓ ସାର ଗର୍ଭକ ଓଡ଼ିଆ ଭାଷାରେ ପ୍ରଦାନ କରିଥିବା ବକ୍ତବ୍ୟ ଅତ୍ୟନ୍ତ ଉଚ୍ଚକୋଟି ର ମର୍ମ ସ୍ପର୍ଶୀ ଥିଲା. ସମସ୍ତ ବକ୍ତା ନିଜ ବକ୍ତବ୍ୟ ମାଧ୍ୟମରେ ନୂତନ ଯୁବପିଢ଼ି ଙ୍କୁ ସଶକ୍ତ, ସମୃଦ୍ଧ ଓ ବିକଶିତ ଓଡିଶା ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେଓ ସାଇପ୍ରିୟାୱାକର୍ସକ୍ଲବ ଦ୍ଵାରା ଆୟୋଜନ କରାଯାଉଥିବା ଏହି ପ୍ରୟାସ କୁ ଭୁରି ଭୁରି ପ୍ରଶଂସା କରିବା ସହ ଏଭଳି ଉଦ୍ୟମ ଦ୍ୱାରା ଓଡ଼ିଆ ଭାଷା, ସାହିତ୍ୟ ଓ ଯୁବପିଢ଼ି ପାଇଁ ନିଶ୍ଚିତ ଭାବରେ ମଙ୍ଗଳଦାୟୀ ଓ ପ୍ରେରଣାଦାୟୀ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ. ଶେଷରେ ସଭାପତି ନିଜ ତରଫରୁ ଏକ ଧନ୍ୟବାଦ ପ୍ରସ୍ତାବ ପଠନ କରି ସମସ୍ତଙ୍କ ସହଯୋଗ ଓ ସହାନୁଭୂତି ଦ୍ଵାରା ଉତ୍କଳ ଦିବସ ଟି ସଫଳ ହୋଇଥିବରୁ ସମସ୍ତ ଅତିଥି ମାନଙ୍କୁ,ଦର୍ଶକ, କାର୍ଯ୍ୟକର୍ତ୍ତା ମାନଙ୍କୁ ଅନେକ ଅନେକ ଧନ୍ୟବାଦ ଦେଇ ସଭା ସାଙ୍ଗ ହେଲା ବୋଲି ଘୋଷଣା କରିଥିଲେ.
_1775062191.jpg)