ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜାତୀୟ ମାନବ ଅଧିକାର ସାମାଜିକ ନ୍ୟାୟ ପରିଷଦ ତରଫରୁ ଜଳଛତ୍ର

ଏରସମା, 01/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଜାତୀୟ ମାନବ ଅଧିକାର ସାମାଜିକ ନ୍ୟାୟ ପରିଷଦ ଏରସମା ଶାଖା ପକ୍ଷ ରୁ ବୁଧବାର ଦିନ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଏକ ଜଳ ଛତ୍ରର ଶୁଭାରମ୍ଭ କରାଯାଇଛି। ମାନବାଧିକାର ସାମାଜିକ ନ୍ୟାୟ ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ଚନ୍ଦ୍ର କାନ୍ତ ଦାସ ଓ ଏରସମା ବ୍ଲକ ସଭାପତି ଚନ୍ଦ୍ରଜିତ୍ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଏରସମା ଥାନା ଅଧିକାରୀ ପ୍ରେମଜିତ୍ ଦାସ ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ନାଉଗାଁ ବ୍ଲକ ସଭାପତି ଦୀପ୍ତି ରେଖା ସାହୁ, ନିଆଳୀ ବ୍ଳକ ସଭାପତି ଲକ୍ଷ୍ମୀପ୍ରିୟା ଦାସ , ଜିଲ୍ଳା ଉପ ସଭାପତି ଇଂ ନନ୍ଦ କିଶୋର ପରିଡା, ସାମାଜିକ ନ୍ୟାୟ ପରିଷଦ ସଭ୍ୟା ମନୁଆର ବେଗମ୍ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ବିଜେପି ନେତା ନୃସିଂହ ସାହୁ, ସରକାରୀ ଆଡଭୋକେଟ୍ ଅକ୍ଷୟ କୁମାର ସ୍ୱାଇଁ, ଶଶିଭୂଷଣ ସ୍ବାଇଁ, ନାଟ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ ସେଠି , ଆଡଭୋକେଟ୍ ବିରନାରାୟଣ ପାତ୍ର, ରବି ଦାସ,ଅରୁପାନନ୍ଦ ସ୍ବାଇଁ,କୈବୟତ୍ରୀ ନିର୍ମଳା ସାହୁ,ଡକ୍ଟର ବସନ୍ତ ମଞ୍ଜରୀ ଦାସ, ପୂଜ୍ୟ ପୂଜା ସଂସଦ ଏରସମା ସଭାପତି ପଣ୍ଡିତ ନାଗୁଚରଣ ଦେବତା, ପୂଜ୍ୟ ପୂଜା ସଂସଦଏରସମା ସମ୍ପାଦକ ମହେଶର ସ୍ୱାଇଁ,ବିଜୟ କୁମାର ସ୍ୱାଇଁ , ଧ୍ବଜରାଜ ଖଣ୍ଡୁଆଳ ,ଜିତେନ୍ଦ୍ର ସାମନ୍ତରାୟ, ପ୍ରମୁଖ ଯୋଗଦେଇଥିବା ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜାତୀୟ ମାନବାଧିକାର ସାମାଜିକ ନ୍ୟାୟ ପରିଷଦ ଏରସମା ବ୍ଲକ୍ ଉପସଭାପତି ଯଯାତି କେଶରୀ ସାମନ୍ତରାୟ, ସାମ୍ବାଦିକ ପ୍ରଶାନ୍ତ କୁମାର ମହାପାତ୍ର, ତୃପ୍ତି ରଞ୍ଜନ ମହାନ୍ତି, ପର୍ଶୁରାମ ମନ୍ତ୍ରୀ,ଜନ ରାଉତ, ସାମାଜିକ ନ୍ୟାୟ ପରିଷଦ ଜଗତସିଂହପୁର ଜିଲ୍ଲା ସଭ୍ୟ ଡକ୍ଟର ତନ୍ମୟ କୁମାର ସେଠୀ ଙ୍କ ସମେତ ଏରସମା ଗ୍ରାମ ପଞ୍ଚାୟତ ଏମବିକେ ଆଲୋକପ୍ରଭା ସ୍ବାଇଁ,ଓ ଇସି ମେମ୍ବର ମହିଳା ସହାୟିକା ଗୋଷ୍ଠୀ ର ବହୁ ସଦସ୍ୟା ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ। ସର୍ବଶେଷରେ ଏସମା ବ୍ଲକ ସଭାପତି ଚନ୍ଦ୍ରଜିତ୍ ଦାସ ସମସ୍ତ ଙ୍କୁ ଧନ୍ୟବାଦ ଅପଣ କରିଥିଲେ।
Article Image
7