ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଉତ୍କଳ ଦିବସ ଉତ୍କଳୀୟଙ୍କ ପ୍ରାଣର ସ୍ପନ୍ଦନ

ଏରସମା, 01/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଆଜି ଏରସମା ସ୍ଥିତ ଗାନ୍ଧୀ ପୀଠ ଠାରେ ୯୦ ତମ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି। ଏରସମା ବରିଷ୍ଠ ନାଗରିକ ମଞ୍ଚ ଦ୍ୱାରା ଆୟୋଜିତ କମ୍ରେଡ ଶଶୀ ଭୂଷଣ ସ୍ୱାଇଁଙ୍କ ସଭାପତିତ୍ୱରେ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଅଜସ୍ର ଜନ ସମାଗମ ଦେଖିବାକୁ ମିଳିଥିଲା। ଉତ୍କଳ ଦିବସର ଆଭିମୁଖ୍ୟକୁ ଅବିସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଉପସ୍ଥିତ ବରେଣ୍ୟ ଅତିଥିମାନେ ଉତ୍କଳୀୟ ବରପୁତ୍ରମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଓଡ଼ିଆ ଜାତିର ଶ୍ରେଷ୍ଠତାକୁ ବଜାୟ ରଖିବା ପାଇଁ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଓଡ଼ିଶାର ଗତ ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଜାତି, ଧର୍ମ, ବର୍ଣ୍ଣ,ଦଳ ନିର୍ବିଶେଷରେ ଏକ ଓ ଏକତାର ଅଭିମନ୍ତ୍ରକୁ ପାଥେୟ କଲେ ଉତ୍କଳ ଗୌରବ କୁଳବୁଦ୍ଧ ମଧୁସୂଦନ ଦାସ ଦେଖିଥିବା ସ୍ୱପ୍ନର ସ୍ୱତନ୍ତ୍ର ଓଡିଶା ସାଫଲ୍ୟ ମଣ୍ଡିତ ହେବ ବୋଲି ବରିଷ୍ଠ ନାଗରିକ ରବୀନ୍ଦ୍ର କୁମାର ଦାସ ଦୃଢ଼ ମତବ୍ୟକ୍ତ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଡ଼କ୍ଟର ବୀର ନାରାୟଣ ପାତ୍ର, ବିଶିଷ୍ଟ ଶିକ୍ଷାବିତ ଡ଼କ୍ଟର ସଞ୍ଜୟ ବିଶ୍ୱାଳ, ବିଶିଷ୍ଟ ସମାଜ ସେବୀ ସୁସାହିତ୍ୟିକ ପ୍ରଶାନ୍ତ କୁମାର ସେଠୀ, ପୂଜ୍ୟ ପୂଜା ସଂସଦ ଏରସମାର ସଭାପତି ପଣ୍ଡିତ ନାଗୁଚରଣ ଦେବତା, ବିଶିଷ୍ଟ ଲେଖିକା ଡ଼କ୍ଟର ବସନ୍ତ ମଞ୍ଜରୀ ଦାସ, ଏରସମା ଗ୍ରାମ୍ୟ ସମିତି ସଭାପତି ଅମୁଲ୍ୟ ବିଶ୍ୱାଳ, ସମ୍ବାଦ ସାହିତ୍ୟ ଘର ସଭାପତି ମହେଶ୍ୱର ସ୍ୱାଇଁ, ନୃସିଂହ ଚରଣ ସାହୁ, ଗଙ୍ଗୋତ୍ରୀର ପ୍ରତିଷ୍ଠାତା କୈଳାସ ପ୍ରଧାନ, ଧ୍ଵଜରାଜ ଖଣ୍ଡୁଆଳ, ନରେନ୍ଦ୍ର ସ୍ୱାଇଁ, ଦୁର୍ଯ୍ୟୋଧନ ସେଠୀ, ମଦନ ମୋହନ ମୁଦୁଲି , ଅରୂପାନନ୍ଦ ସ୍ୱାଇଁ, ସରପଞ୍ଚ ପ୍ରଫୁଲ୍ଲ ଦାସ, ସମାଜସେବୀ ବିଜୟ ସ୍ୱାଇଁ , ରାମ ଚନ୍ଦ୍ର ମୁଦୁଲି, ପ୍ରଶାନ୍ତ ସ୍ୱାଇଁ, ଅମ୍ବିକା ପ୍ରସାଦ ମହାନ୍ତି, ଦେବାଶିଷ ପରିଜା, ଭ୍ରମରବର ଗୋଛାୟତ, ଶରତ ଚନ୍ଦ୍ର ମୁଦୁଲି, ଦୀପ୍ତି ରାଣୀ ପ୍ରଧାନ, ରବୀନ୍ଦ୍ର ବେହେରା, ପ୍ରସନ୍ନ କୁଆଁର ଆଦି ସଭାସଦ ମାନେ ଯୋଗ ଦେଇ ଉତ୍କଳୀୟ ମାନଙ୍କର ବୀରତ୍ୱ, ଓଡ଼ିଆ ଅସ୍ମିତା, କଳା ଭାସ୍କର୍ଯ୍ୟ, ଶାସ୍ତ୍ରୀୟ ଭାଷାର ମାନ୍ୟତାର ସଗୌରବ କାହାଣୀ ଉଜ୍ଜୀବିତ କରିଥିଲେ। ଗୀତିକାର ଶଙ୍କର୍ଷଣ ପରିଡା ପ୍ରାରମ୍ଭିକ ସଂଗୀତ ଗାନ କରଥିଲା ବେଳେ ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ବନ୍ଦେ ଉତ୍କଳ ଜନନୀ ଗାନ କରି ଆଜି ଦିବସକୁ ଉତ୍ସବ ମୁଖରିତ କରିଥିଲେ।
Article Image
6