ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦେବଦୁତ୍ତ ସାଜିଲେ ଯୁବ ସମାଜସେବୀ

ଗୋପିଆକୁଦ, 01/12/2024, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଗୋପିଆକୁଦ ପଞ୍ଚାୟତ ସାହୁବଜାର ନିକଟରେ ଥିବା ଗୋପିଆକୁଦ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୋପିଆକୁଦ ପଞ୍ଚାୟତର ଯୁବଗୋଷ୍ଠିଙ୍କ ଦ୍ଵାରା ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ମାଗଣା ଚକ୍ଷୁ ପରୀକ୍ଷା ଶିବିରଟି ଜେ.ପି.ଏସ୍ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ସିଡିଏ କଟକ ଆନୁକୁଲ୍ୟରେ ହୋଇଥିଲା।ଏହି କାର୍ଯ୍ୟକ୍ରମଟି ଗୋପିଆକୁଦ ପଞ୍ଚାୟତର ସୁଧାଂଶୁ ଶେଖର ଦାସ(ପପୁ)ଓ ସମାଜସେବୀ ଚନ୍ଦ୍ର ଶେଖର ଶତପଥୀଙ୍କ ନେତୃତ୍ଵରେ ହୋଇଥିବା ବେଳେ ଏହି ଆୟୋଜିତ କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବେ ନବନିର୍ମାଣ କୃଷକ ସଂଗଠନର କୁଜଙ୍ଗ ସଂଯୋଜକ ବିଭୂତି ଭୂଷଣ ଜେନା ଉଦ୍ଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜୟ ରାଉତ,ଅଚିନ୍ତ ଦଳାଇ,ବସନ୍ତ ନାୟକ,ମାତୃଶକ୍ତି ଦଳାଇ,ବସନ୍ତ ଦଳାଇ,ବିପ୍ଳବ ପରିଡ଼ା,ଯୁବ ସମାଜସେବୀ ପତିତ ପାବନ ବରାଳ,ସର୍ବେଶ୍ଵର ନାୟକ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ।ପରେ ପରେ କୁଜଙ୍ଗ ଅଞ୍ଚଳର ୩ଜଣ କାର୍ଯ୍ୟରତ ସାମ୍ୱାଦିକ ଓ ଜଣେ ଯୁବ ସମାଜସେବୀଙ୍କୁ ଫୁଲତୋଡା,ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିବା ସହ ବରୁଣେଇ କନ୍ଧା ଗ୍ରାମର ମୃତ ଅନନ୍ତ ରାଉତଙ୍କ ପରିବାର ଓ ବରିହା ଗ୍ରାମର ମୃତ ମାନସ ମାଝୀଙ୍କ ପରିବାରଙ୍କୁ ଭେଟିବା ସହ ଦୁଃଖରେ ଭାଙ୍ଗି ପଡ଼ିଥିବା ଦୁଇ ପରିବାରଙ୍କୁ ସମବେଦନା ଜଣାଇଥିଲେ।
Article Image
Article Image
1