ପାରାଦୀପ, 06/02/2025, ଉତ୍କଳ voice news - utkalvoicenews.com
ବନ୍ଦର ସହର ପାରାଦୀପ ଅଞ୍ଚଳ ର ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ସୁଧିର ରଞ୍ଜନ ଦାଶ ଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗତକାଲି ପୋର୍ଟ କ୍ଲବ ପରିସରରେ ଆୟୋଜିତ ହୋଇଯାଇଛି।ଓଡିଶା ସାମ୍ବାଦିକ ସଂଘ ପାରାଦୀପ ଶାଖାର ସଭାପତି କର୍ମେଶ୍ଵର ସ୍ବାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଥମେ ଦିବଙ୍ଗତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ଦିବଙ୍ଗତ ସ୍ବର୍ଗତ ଦାସ ଥିଲେ ଜଣେ ପରୋପକାରୀ, ମେଳାପୀ ଓ ନିର୍ଭୀକ ବ୍ୟକ୍ତିତ୍ୱ, ତାଙ୍କ କଲମ ଚାଳନାରେ ବନ୍ଦର ସହର ରେ ସତ୍ୟ ଘଟଣା ସବୁବେଳେ ସାମ୍ନାକୁ ଆସୁଥିଲା।ବିଭିନ୍ନ ସମୟରେ ଶିଳ୍ପ ମାନଙ୍କରେ ଆୟୋଜିତ ପ୍ରେସ ମିଟ ରେ ସତ୍ୟତା ସାମ୍ନାକୁ ଆଣିବାରେ କର୍ତ୍ତୃପକ୍ଷଙ୍କୁ ଯେଉଁ ପ୍ରଶ୍ନ କରୁଥିଲେ ତାହା ସବୁବେଳେ ଚର୍ଚ୍ଚାର ପରିଧିକୁ ଆସୁଥିଲା।ଏହା ସହିତ ସେ ଜଣେ ଭଲ ସଙ୍ଗଠକ ଭାବେ ବିଭିନ୍ନ ସଙ୍ଗଠନ ସହିତ ଜଡିତ ଥିଲେ।ବିଶେଷ କରି ପାରାଦୀପ ରେ ଥିବା ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଙ୍ଘ ର ଜଣେ ଭଲ ଉପଦେଷ୍ଟା ଭାବେ ତଥା ସଭାପତି ସନ୍ତୋଷ ପଟ୍ଟନାୟକ ଙ୍କ ର ଜଣେ ଭଲ ସମର୍ଥକ ଥିଲେ।ବନ୍ଦର ସହରରେ ଅନ୍ତେବାସୀ ଙ୍କ ପାଇଁ ଯଦି କିଛି ମୌଳିକ ସମସ୍ୟା ଥାଏ, ସେ ସମ୍ପର୍କରେ ସେ ଶିଳ୍ପ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହିତ ତାର ସମାଧାନ ର ବାଟ ବାହାର କରୁଥିଲେ।ପାରାଦୀପ ପ୍ରେସ ମିଡିଆ ଓ ଓଡିଶା ସାମ୍ବାଦିକ ସଂଘର ଉପଦେଷ୍ଟା ଭାବେ ସଂଘର ଉନ୍ନତି ତଥା ସବୁ ସାମ୍ବାଦିକ ଏଖାଟି ରହିବାକୁ ସବୁବେଳେ ପରାମର୍ଶ ଦେଉଥିଲେ।ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ସାମ୍ବାଦିକ ଶୁକଦେବ ଜେନା, ଚିତ୍ତରଞ୍ଜନ ସ୍ୱାଇଁ, ବାଟକୃଷ୍ଣ ଦାସ, ବସନ୍ତ ସାହୁ, ସୁରେନ୍ଦ୍ର ବିଶ୍ୱାଳ, ହରିଶ୍ଚନ୍ଦ୍ର ଲେଙ୍କା, ସୁଦର୍ଶନ ବିଶ୍ୱାଳ, ପ୍ରଭାତ କୁମାର ମହାପାତ୍ର, ରାକେଶ ପଟ୍ଟନାୟକ, ମନୋଜ କୁମାର ଦାସ, ଜଗବନ୍ଧୁ ସ୍ୱାଇଁ, ସୁମନ୍ତ ସ୍ୱାଇଁ, ସଞ୍ଜୀବ ମିଶ୍ର, ସୁଧାଂଶୁ ନାୟକ, ବିଶ୍ୱନାଥ ବଳ, ଭାଗିରଥି ମଲ୍ଲିକ, ଧୃତିଧର ଦାସ, ଆଇନଜୀବୀ କୈଳାସ ସାହୁ, ସୁଶୀଲ ପଟ୍ଟନାୟକ, ସମୀର ମହାନ୍ତି ପ୍ରମୁଖ ଯୋଗଦେଇ ସ୍ବର୍ଗତ ସୁଧିର ଦାଶ ଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ସୂଚନା ଥାଉକି ବନ୍ଦର ସହରରେ ଗତ କିଛି ଦିନ ବ୍ୟବଧାନରେ କେତେଜଣ ଅଗଧାଡ଼ିର ଗଣମାଧ୍ୟମ ପ୍ରତିନିଧିଙ୍କ ଦେହାନ୍ତ ଘଟିବାରୁ ଉପସ୍ଥିତ ପ୍ରତିନିଧି ମାନେ ଦୁଃଖ ପ୍ରକାଶ କରିଥିଲେ।ସେମାନଙ୍କ ପରିବାରକୁ ସହାୟତା ଦେବାପାଇଁ ଏକ ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ କରିବାକୁ ଆଇନିଜୀବୀ କୈଳାସ ଚନ୍ଦ୍ର ସାହୁ ପ୍ରସ୍ତାବ ଦେଇଥିଲେ ।ଶେଷରେ ଶଶାଙ୍କ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

