ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ ବାର ଆସୋସିଏସନ୍ ପକ୍ଷରୁ ଉତ୍କଳ ଦିବସ ପାଳନ l

କୁଜଙ୍ଗ , 01/04/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
କୁଜଙ୍ଗ ବାର ଆସୋସିଏସନ୍ ପକ୍ଷରୁ ୯୦ ତମ ଉତ୍କଳ ଦିବସ ପାଳନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ବରିଷ୍ଟ ଦେୱାନି ବିଚାରପତି ମାନ୍ୟବର ଶ୍ରୀଯୁକ୍ତ ଅବକାଶ ଚୌଧୁରୀ ଯୋଗଦେଇ ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ୍ ଅର୍ପଣ କରିଥିଲେ l ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଓ ସମ୍ପାଦକ ରଞ୍ଜିତ୍ କୁମାର ବିଶ୍ବାଳ ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରାଦ୍ଧା ସୁମନ ଅର୍ପଣ କରିଥିଲେ l ସଭାପତି ଶ୍ରୀଯୁକ୍ତ ବେହେରା ଓଡ଼ିଶା ଗଠନ ରେ ମଧୁବାବୁ ଙ୍କ ଅବଦାନ ସମ୍ପର୍କରେ ଆଲୋକ ପାତ୍ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବାର ଆସୋସିଏସନ୍ ର ଉପ ସଭାପତି ଦୀପକ ନାୟକ, ସହ ସମ୍ପାଦକ ପ୍ରିୟମ୍ବଦା ପାଣି, ପାଠାଗାର ସମ୍ପାଦକ ପ୍ରଫେସର ପ୍ରଧାନ ଓ କାର୍ଯ୍ୟକାରୀ କମିଟି ର ସଦସ୍ୟ/ସଦସ୍ୟା ମାନେ ଯୋଗଦେଇ ମଧୁବାବୁ ଙ୍କ ଜୀବନୀ ଉପରେ ମତ ବ୍ୟକ୍ତ କରିଥିଲେ l
Article Image
4