ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିରିଡି ବ୍ଲକ ରାୟ ରଘୁନାଥପୁର ମା ନାରାୟଣୀ ପୀଠରେ ୨୦ ତମ ଲଉଡି ମହୋତ୍ସବ।

ରଘୁନାଥପୁର, 02/04/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ରାୟ ରଘୁନାଥପୁର ମା ନାରାୟଣୀ ପୀଠରେ ୨୦ ତମ ଲଉଡି ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଲଉଡ଼ି ଖେଳ ଗୋପାଳ ମାନଙ୍କର ଏକ ପାରମ୍ପାରିକ ମହାନ ପର୍ବ । ମହାପୁରୁଷ ଅଚ୍ୟୁଦାନନ୍ଦ ରାଧାକୃଷ୍ଣଙ୍କ ଦର୍ଶନ ଓ ଭାବପ୍ରୀତିକୁ ଲଉଡ଼ି ବା ଗୋପାଳ ଓଗାଳ ମାଧ୍ୟମରେ ରଚନା କରିଛନ୍ତି, ଲଉଡି ଖେଳରେ ବହୁ ଆଧ୍ୟାତ୍ମିକ ,ସାମାଜିକ ଓ ସାଂସ୍କୃତିକ ଭାବନା ସ୍ବତପ୍ରତ ଭାବରେ ଜଡିତ ରହିଛି ବୋଲି ବହୁ ମହାମନୀଶ ମତବ୍ୟକ୍ତ କରିଛନ୍ତି । ମାନବ ଜାତିକୁ ଆଧ୍ୟାତ୍ମିକ ଚେତନା ପ୍ରଦାନ କରିବାରେ ଲଉଡି ଖେଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ,ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଗୋପାଳପୁଅଙ୍କ ସହିତ ମିଶି ଲଉଡି ଖେଳିଥିଲେ ବୋଲି ବିଭିନ୍ନ ମହାପୁରୁଷମାନଙ୍କ ରଚନାବଳିରେ ପ୍ରମାଣ ରହିଛି । ଏହି ପରିପେକ୍ଷିରେ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ରାୟ ରଘୁନାଥପୁର ଉକୁନ୍ଦରା ଠାରେ ନାରାୟଣ ପିଠା ସ୍ତଳୀରେ ଏକ ଲଉଡ଼ି ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ କୁମାର ଦାଶଙ୍କ ସଭାପତିତ୍ୱ ରେ ଏହି ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ଅଧ୍ୟକ୍ଷ ଟହଲି ଚରଣ ମହାନ୍ତି ଯୋଗଦେଇ ଏହି ଲଉଡ଼ି ମହୋତ୍ସବ କୁ ଉଦ୍ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଆଇନିଜୀବୀ ରାଜକିଶୋର ବେହେରା, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ,ବିଜେପି ପୁରଣ ମଣ୍ଡଳ ସଭାପତି ଶୁଭ୍ରଜିତ ସାହୁ, ରାୟରଘୁନାଥପୁର ଯୁବକ ସଂଘ ସମ୍ପାଦକ ଆଇନୀଜୀବୀ ରଶ୍ମି କାନ୍ତ ବେହେରା,ସରପଞ୍ଚ ତରୁଣ କୁମାର ଦାସ ପ୍ରମୁଖ ଯୋଗଦେଇ ଥିବା ଦଶଗୋଟି ଲଉଡ଼ି ଖେଳାଳି ଦଳକୁ ଉତ୍ସାହିତ କରିଥିଲେ। ଶେଷରେ ବିଜେତା ଦଳକୁ ଅତିଥି ମାନେ ପୁରସ୍କୃତ କରିଥିଲେ , ଏହି ଲଉଡ଼ି ମହୋତ୍ସବ ପରମ୍ପରା ଦୀର୍ଘ ୨୦ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଅଛି । ଏହି ସମସ୍ତ କାର୍ଯ୍ୟ କ୍ରମକୁ ରାୟରଘୁନାଥପୁର ଯୁବକ ସଂଘ ର ସଦସ୍ୟ ଓ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ
Article Image
Article Image
6