ଢେଙ୍କାନାଳ, 02/04/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*

ଚୈତ୍ର ପୂର୍ଣ୍ଣିମା ଢେଙ୍କାନାଳ ଜିଲ୍ଲା ର ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରା:ପ ର କେଞ୍ଚୁଆ ବେରେଣୀ ମୌଜାର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଦେଈ ଆବହମାନ କାଳରୁ ପୂଜା ପାଇ ଆସୁଛନ୍ତି। ଦୀର୍ଘ ୪୧ ବର୍ଷ ପରେ ମା ଙ୍କ ଦୟାରୁ ନୂତନ ଗୃହ ପ୍ରବେଶ କରୁଛନ୍ତି। ଉକ୍ତ ଉତ୍ସବକୁ ମୌଜାର ଅଧିବାସୀ ଓ ପାଖ ଗ୍ରାମର ଅଧିବାସୀ ସହଯୋଗୀ ଅନୁଷ୍ଠାନ ଦାମ ସାମନ୍ତରାୟ ସ୍ୱୟଂ ସେବକ ସଂଘର କର୍ମକର୍ତ୍ତା ଓ ମା ମାନଙ୍କର ଅକୁଣ୍ଠିତ ଅବଦାନ ରେ “ମା ”ଙ୍କ ର ଗୃହ ପ୍ରବେଶ ଉତ୍ସବ ଦେବନୀତି ଅନୁସାରେ ଚାଲିଛି। ସକାଳ ସମୟରୁ ସୂର୍ଯ୍ୟ ପୂଜା,ହୋମ ଯଜ୍ଞ ସଙ୍କୀର୍ତ୍ତନ ସହ ଘେରା ପରିକ୍ରମା ୧୦୦୦ ରୁ ଉର୍ଦ୍ଧ ଭକ୍ତଙ୍କ ପାଇଁ ପ୍ରସାଦ ସେବନ କାର୍ଯ୍ୟକ୍ରମ। କର୍ତ୍ତା ରୂପେ ସସ୍ତ୍ରୀକ ସହ ସୁବ୍ରତ ମଲ୍ଲିକ, ଦୁର୍ଗା ମନ୍ଦିର ପୂଜା ଶୁଶାନ୍ତ ରଥ ଓ ଆଶୁତୋଷ ତ୍ରିପାଠୀ ଦେବନୀତି ରେ ଗୃହ ପ୍ରବେଶ କାର୍ଯ୍ୟକ୍ରମ,ଦାମ ସାମନ୍ତରାୟ ଙ୍କ ଦାୟଦ ମାନଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗରେ ମାର୍ଗ ଦର୍ଶନ ରେ ସୁସମ୍ପର୍ଣ୍ଣ ହୋଇଛି। ସନ୍ଧ୍ୟା ସମୟରେ ମା'ଙ୍କ ଉଦ୍ଦେଶ୍ୟରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି। ଦାମ ସାମନ୍ତରାୟ ର ୫ମ ପିଢ଼ିର ବଂଶଜ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ରେ କାର୍ଯ୍ୟକ୍ରମ କୁ ସଠିକ୍ ରୂପେ ସମ୍ପାଦନ କରିଅଛନ୍ତି।