ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ଲକ ସ୍ତରୀୟ ଉଦ୍ଯାନ କୃଷି କର୍ମଶାଳା

ବୁଗୁଡ଼ା, 02/04/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡ଼ା ବ୍ଲକ ଅନ୍ତର୍ଗତ  ଅନ୍ତରପଡା ମା ସାଙ୍କୁଳାଈ କଲ୍ଯାଣ ମଣ୍ଡପ  ପରିସରରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ବ୍ଲକ ସ୍ତରୀୟ ଉଦ୍ଯାନ କୃଷି କର୍ମଶାଳା ଗୁରୁବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ବୁଗୁଡା ସହକାରୀ ଉଦ୍ଯାନ କୃଷି ଅଧିକାରୀ ଏମ୍ ଦେବାଶିଷ ଦୋରାଙ୍କ ପରିଚାଳନାରେ ଆୟୋଜିତ ଉକ୍ତ କର୍ମଶାଳାରେ ଅତ୍ମାର ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ,ଜିଲ୍ଲା ପରିଷଦ ସଭ୍ଯ ଗଙ୍ଗାପାଣି ଜେନା, ସରପଞ୍ଚ ବସନ୍ତ କୁମାର ଶତପଥି, ବ୍ଲକ ବି ଟି ଏମ୍ ଅମରେନ୍ଦ୍ର ମହାପାତ୍ର,  ,ବିଧାୟକଙ୍କ ପ୍ରତିନିଧ ହରିକୃଷ୍ଣ ସାହୁ,ମୃତ୍ତିକା ସଂରକ୍ଷଣ ଅଧିକାରୀ ଦେବଦତ୍ତ ଶତପଥୁ,ପୋଲସରା ସହକାରୀ କୃଷି ଅଧିକାରୀ ରାଜଲକ୍ଷ୍ମୀ ପାଢୀ,ପୁରୁଷୋତ୍ତମପୁର ସହକାରୀ ଉଦ୍ଯାନ କୃଷି ଅଧିକାରୀ କୃଷ୍ଣଚନ୍ଦ୍ର ମହାନ୍ତି,ଧରାକୋଟ ସହକାରୀ ଉଦ୍ଯାନ କୃଷି ଅଧିକାରୀ ଶ୍ରୀକାନ୍ତ ସେଠୀ, ଏ ଟି ଏମ୍ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। କର୍ମଶାଳାରେ ନିଜ ନିଜ ବିଭାଗୀୟ ଅଧିକାରୀ ମାନେ ଉଦ୍ଯାନ , କୃଷି,  ମତ୍ସ୍ଯ ଓ ପଶୁସମ୍ପଦ ବିଭାଗ ସଂପର୍କିତ ବିଭିନ୍ନ ସରକାରୀ ଯୋଜନା ଓ ଏହାର ଉନ୍ନତମାନର ଚାଷ ପ୍ରଣାଳୀ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଏହାର ଉପଦେୟତା ସଂପର୍କରେ ତାଲିମ ପ୍ରଦାନ କରି ସେଗୁଡିକର ଫାଇଦା ହାସଲ କରିବାକୁ ଚାଷୀ ମାନଙ୍କୁ ସଚେତନ କରାଇ ଥିଲେ ।ଶେଷରେ ଉଦ୍ଯାନ ସଂପ୍ରସାରଣ କର୍ମଚାରୀ ରାଜେଶ କୁମାର ସେନାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କର୍ମଶାଳାରେ ଶତାଧିକ ଚାଷୀ ଉପସ୍ଥିତ ଥିଲେ।
Article Image
7