ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କନକ ନ୍ୟୁଜ ପାରାଦୀପ ପ୍ରତିନିଧି ତଥା ଯୁବ ସାମ୍ବାଦିକ ରଶ୍ମି ରଞ୍ଜନ ରାଉତରାୟ(ବାପି)ଙ୍କ ଦ୍ୱାଦଶାହରେ ଢ଼ିଙ୍କିଆରେ ସ୍ମୃତିସଭ!

ଏରସମା / ଢ଼ିଙ୍କିଆ, 03/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢ଼ିଙ୍କିଆ ଚାରିଦେଶର ଚର୍ଚ୍ଚିତ ପଞ୍ଚାୟତ ଢ଼ିଙ୍କିଆରେ ଏକ ଘରୋଇ ଟିଭି ଚ୍ୟାନେଲ (କନକ) ନିଉଜର ପାରାଦୀପ ପ୍ରତିନିଧି ତଥା ଯୁବ ସାମ୍ବାଦିକ ରଶ୍ମି ରଞ୍ଜନ ରାଉତରାୟ (ବାପି)ଙ୍କ ସ୍ମୃତିରେ ଆଜି ମା ଫୁଲଖାଇ ପୀଠରେ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି।ଆଜି ଢ଼ିଙ୍କିଆ ଅଞ୍ଚଳର ବହୁ ବୁଦ୍ଧିଜୀବୀ ମୂରବୀ ଓ ଯୁବଗୋଷ୍ଟି ଉପସ୍ଥିତ ରହି ବାପିଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ମିନିଟ ନୀରବ ପ୍ରାର୍ଥନା ସହ ଶୋକସଭା କରି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା ସହ ତାଙ୍କ ପରିବାରକୁ ଭଗବାନ ସହାୟ ହେବା ପାଇଁ ପ୍ରାର୍ଥନା କରିଥିଲେ।ଢ଼ିଙ୍କିଆ ଚାରିଦେଶ ପାଇଁ ବାପିଙ୍କ ସାମ୍ବାଦିକତା ଅତୁଳନୀୟ ରହିଥିବା,ଢ଼ିଙ୍କିଆ ଚାରିଦେଶରେ ଜୀବନ ଜୀବିକା ପାଇଁ ଚାଲିଥିବା ଜନ ଆନ୍ଦୋଳନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସାମ୍ବାଦିକ ହିସାବରେ ସେ ବେଶ୍ ଆଗରେ ଥିଲେ।ଏହି ସ୍ମୃତିସଭାରେ ଜନ ଆନ୍ଦୋଳନକାରୀ ନେତା ଶ୍ରୀ ଦେବେନ୍ଦ୍ର ସ୍ୱାଇଁ,କାଶୀନାଥ ମହାପାତ୍ର,ଅଜୟ ଦାସ,ଶିକାରୀ କାଣ୍ଡି,ନରେନ୍ଦ୍ର ନାୟକ,ସରୋଜ ନାୟକ,ଗୌତମ ଦାସ,ସତ୍ୟାନନ୍ଦ ସେଠୀ,ରମେଶ ନାୟକ,ବସନ୍ତ ଗୋଚ୍ଛାୟତ,ମାନସ ବର୍ଦ୍ଧନ ପ୍ରମୁଖ ସ୍ମୃତିଚାରଣ କରିଥିଲେ।
9