ପାରାଦୀପ, 04/04/2026, ଉତ୍କଳ voice news - utkalvoicenews.com *( ପାରାଦୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :*
ତା: ୦୧.୦୪.୨୦୨୬ ରିଖ:

ପାରାଦୀପ ପ୍ରେସ ମିଡିଆ ଓ ଓଡିଶା ସାମ୍ବାଦିକ ସଙ୍ଘ ପାରାଦୀପ ଶାଖା ଆନୁକୂଲ୍ୟରେ ଆଜି ପାରାଦୀପ ଅଞ୍ଚଳ ର ଯୁବ ସାମ୍ବାଦିକ ତଥା ଏକ ବୈଦ୍ୟୁତିକ ଗଣମାଧ୍ୟମ ର ପ୍ରତିନିଧି ରଶ୍ମି ରଞ୍ଜନ ରାଉତରାୟ (ବାପି) ଙ୍କ ପାଇଁ ଆଜି ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା।ଆରୀ ଭିତରେ ରଶ୍ମି ଙ୍କର ଦେହାନ୍ତ ୧୦ ଦିନ ବିତି ଗଲାଣି।ଆଜି ତାଙ୍କର ଦଶାହ କର୍ମ ଚାଲିଛି।ରଶ୍ମି ଗତ ୨୩ ତାରିଖ ଦିନ ଖବର ସଂଗ୍ରହ କରି ପାରାଦୀପ ପୋର୍ଟ ହାଇସ୍କୁଲ ନିକଟ ରାସ୍ତା ଦେଇ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ହୋଇ ଗୁରୁତର ଭାବେ ଚିକିତ୍ସିତ ହେଉଥିଲେ।ପରେ ସେ ଚିକିତ୍ସାଧିନ ଅବସ୍ଥାରେ ୪୫ବର୍ଷରେ ମୃତ୍ଯୁବରଣ କରିଥିଲେ। ବାପିଙ୍କ ଅକାଳ ବିୟୋଗ ପାରାଦୀପ ସାମ୍ବାଦିକ ମାନଙ୍କ ପାଇଁ ଏକ ଅପୁରଣିୟ କ୍ଷତି ଘଟାଇଛି।ଏହି ଘଟଣା ପାରାଦୀପ ସମେତ କୁଜଙ୍ଗ ଏବଂ ଜଗତସିଂପୁର ଜିଲ୍ଲାର ସାମ୍ବାଦିକ ମାନଙ୍କୁ ମର୍ମାହତ କରିଛି । ତାଙ୍କ ଦିବଙ୍ଗତ ଆତ୍ମାର ସଦଗତି ନିମନ୍ତେ ଆଜି ନୁଆବଜାର ସ୍ଥିତ ଅଟଳ ବିହାରୀ ବାଜପେୟି ଟ୍ରଷ୍ଟ ପରିସରରେ ଏକ ଶ୍ରଦ୍ଧାଞ୍ଜଳ ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ସଭାକୁ ବରିଷ୍ଠ ସାମ୍ବାଦିକ ରାମଚନ୍ଦ୍ର ସ୍ବାଇଁ ପୌରହିତ କରିଥିଲେ। ବାପି ଖବର ସଂଗ୍ରହ ବେଳେ ସବୁବେଳେ ଚଳ ଚଞ୍ଚଳ ଥିଲେ, ଖବର ପଛରେ ସବୁବେଳେ ଦୌଡୁ ଥିଲେ । କିନ୍ତୁ ସେ ଆଜି ନିଜେ ଏକ ଖବର ପାଲଟି ଯାଇଛନ୍ତି। କୁହନ୍ତି ଦୁଃଖ କେବେ ଏକୁଟିଆ ଆସେ ନାହିଁ, ହେଲେ ଯିବା ବେଳକୁ ଗୋଟିଏ ହସ ଖୁସିର ପରିବାରକୁ ଏକୁଟିଆ କରି ଚାଲିଯାଏ। ଜନ୍ମ ଥିଲେ ମୃତ୍ୟୁ ତ ନିଶ୍ଚିତ ଏହା ତ ପ୍ରକୃତିର ନିୟମ, କିନ୍ତୁ ମୃତ୍ୟୁ ଏମିତିବି ଆସେ ଯାହାକୁ ବିଶ୍ୱାସ କରିବା କଷ୍ଟ ହୁଏ, ଯାହା ରଶ୍ମି ଙ୍କ ଦୁର୍ଘଟଣା ପରେ ତାଙ୍କର ପରିବାରକୁ ଦେଖିବାକୁ ମିଳିଛି। ଜଣେ କର୍ମନିଷ୍ଟ ସାମ୍ବାଦିକ ଭାବରେ ରଶ୍ମି ବେଶ୍ ଜଣାଶୁଣା ଥିଲେ। ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ପାରାଦୀପର ସମସ୍ତ ଗଣମାଧ୍ଯମ ପ୍ରତିନିଧି ମାନେ ଯୋଗ ଦେଇଥିଲେ।