କୁଜଙ୍ଗ , 04/04/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ତା: ୦୩.୦୪.୨୦୨୬ ରିଖ:
ରାଜ୍ୟ ଆଇନଜୀବୀ ପରିଷଦ ଦ୍ବାରା ପରିଚାଳିତ ଗତ ତା ୨୮.୦୩.୨୦୨୬ ରିଖ ଦିନ କୁଜଙ୍ଗ ବାର ଆସୋସିଏସନ୍ ର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଉକ୍ତ ନିର୍ବାଚନରେ ସଭାପତି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ସମ୍ପାଦକ ଭାବେ ରଂଜିତ ବିଶ୍ବାଳ, ସହ ସମ୍ପାଦକ ଭାବେ ପ୍ରିୟମ୍ବଦା ପାଣି ନିର୍ବାଚିତ ହୋଇଥିଲେ l

ଅନ୍ୟ କର୍ମକର୍ତ୍ତା ମାନେ ବିନା ପ୍ରତିଦ୍ୱନ୍ଦିତା ରେ ବିଜୟୀ ହୋଇଥିଲେ l ଆଜି ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗଦେଇ କହିଥିଲେ ଯେ ନ୍ୟୟ ପାଳିକା ସମାଜ ର ଚତୁର୍ଥ ସ୍ତମ୍ବ l ଓକିଲ ମାନେ ସର୍ବଦା ସମ୍ମାନର ପାତ୍ର l କୁଜଙ୍ଗ ଓକିଲ ସଂଘ ର ବିକାଶ ପାଇଁ ଯାହା ଆବଶ୍ୟକ ସେ ତାହା ପୂରଣ କରିବେ ବୋଲି କହିଥିଲେ l ଆଜି ବାର ଲାଇବ୍ରେରୀ ପାଇଁ ତାଙ୍କ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ରୁ ଦଶ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିଲେ l ମନ୍ତ୍ରି ଶ୍ରୀଯୁକ୍ତ ସ୍ବାଇଁ ସମସ୍ତ ପୂର୍ବତନ ସଭାପତି ଓ ସମ୍ପାଦକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ପ୍ରାରମ୍ଭରେ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସତ୍ୟାନନ୍ଦ ବିଶ୍ବାଳ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ ସଭାପତି ଅନ୍ତଯ୍ୟାମି ନାରାୟଣ ଯାଦବ, ଅମୃତ ଦାସ, ସମ୍ପାଦକ ବ୍ରଜ କିଶୋର ରାଉତ ଯୋଗଦେଇ ବାର ଆସୋସିଏସନ୍ ର ବିକାଶ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ବାର ଆସୋସିଏସନ୍ ର ଦୃତ ବିକାଶ କରାଯିବା ସହିତ ଅନେକ ସଂସ୍କାର ଅଣାଯାଇ ଓକିଲ ମାନଙ୍କ ସ୍ୱାର୍ଥ ସୁରକ୍ଷା କରାଯିବ ବୋଲି ବକ୍ତଵ୍ୟ ରଖିଥିଲେ l ଦାମୋଦର ସ୍ବାଇଁ, କୈଳାଶ ମହାପାତ୍ର, ନୃସିଂହ ଚରଣ ପ୍ରଧାନ, ପ୍ରଣୟ ପରିଜା, ଉଷ୍ମ ରଶ୍ମି ବିଶ୍ବାଳ, ସୁବର୍ଣ୍ଣ ନିଶ୍ର, ପ୍ରିୟମ୍ବଦା ପାଣି, ଅଭୟ ବେହେରା ପ୍ରମୁଖ କାର୍ଯକ୍ରମ କୁ ପରିଚାଳନା କରିଥିଲା l ସମ୍ପାଦକ ଶ୍ରୀଯୁକ୍ତ ରଂଜିତ ବିଶ୍ବାଳ ଧନ୍ୟବାଦ ପ୍ରଦାନ କରିଥିଲେ l ପରେ ପରେ ମେଲୋଡି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା l




