ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚଟୁଆ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଏରସମା, 04/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ତା୪/୪/୨୬ ଏପ୍ରିଲ ପବିତ୍ର ଉତ୍କଳ ଦିବସ ପାଳନ ଅବସରରେ ଚଟୁଆ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଉତ୍ସବ ମହାସମାରୋହରେ ପାଳନ କରାଯାଇଥିଲା। ପାରମ୍ଭରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କଲ୍ୟାଣୀ ସ୍ମୀତା ଦାସ ଅଧ୍ୟକ୍ଷତାରେ ଖଡ଼ି ଛୁଆଁ ଉତ୍ସବ ପାଳନ କରାଯିବା ସହ ଏହାର ତାତ୍ପର୍ଯ୍ୟ ସଂପର୍କରେ ପିଲାମାନଙ୍କୁ ଅବଗତ କରାଯାଇଥିଲା। ପରେ ପ୍ରବେଶ ଉତ୍ସବ ବା  ଖଡ଼ିଛୁଆଁ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ବିଦ୍ୟାଳୟରରେ ପୂଜାର୍ଚ୍ଚନା କରାଯାଇଥିଲା। ଏହା ସରିବାପରେ ନୂତନ ଶିଶୁମାନଙ୍କୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦେବଦତ୍ତ ସାହାଣୀଙ୍କ ଗ୍ରହଣରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ କରାଯାଇଥିଲା। ଶ୍ରୀଯୁକ୍ତ ସାହାଣୀ ସମସ୍ତ ନୂତନ ଛାତ୍ରଛାତ୍ରୀ ମାନଙ୍କର ଉଜ୍ବଳ ଭବିଷ୍ୟତ କାମନା କରିବା ସହିତ ପଠନ କରିବା ପାଇଁ ନୂତନ କଲମ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଓ ସମସ୍ତ ଅଭିଭାବକ ଓ ଅଭିଭାବିକା ମାନେ ଉପସ୍ଥିତ ଥିଲେ।
6