ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୋସାଇଟ ସମ୍ମୁଖରେ ଚାଷୀ ଆନ୍ଦୋଳନ,ମୁଖ୍ୟ ରାସ୍ତା ରୋକ

ଏରସମା, 04/04/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଦର୍ଶକ ବନ୍ଧୁ ଆଜି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଜପା ପଞ୍ଚାୟତ ରେ ଥିବା ଜପା ସେବା ସମବାୟ ସମିତି ସମ୍ମୁଖରେ ନବ ନିର୍ମାଣ ଚାଷୀ ସଂଗଠନ ତରଫରୁ ଚାଷୀ ମାନେ ଏକତ୍ରିତ ହୋଇ ଆନ୍ଦୋଳନ କରିବା ସହିତ ମୁଖ୍ୟ ରାସ୍ତା ରୋକ କରିଛନ୍ତି। ପରିଶ୍ରମ କରି ଲୁହ ଲହୁ ଏକ କରି ଚାଷୀ ଟିଏ ବିଜୁଳି ଘଡ଼ ଘଡି କୁ ନ ଡରି ଋଣ କରି ଶସ୍ୟ ଅମଳ କରେ କିନ୍ତୁ ଦୁର୍ଭାଗ୍ୟ ବଶତଃ ଧାନ ସେ ମଣ୍ଡି ରେ ଦେଇପାରେ ନାହିଁ। ଖରା ତରା ରେ ଧାନ ପଡ଼ି ପଡ଼ି ବସ୍ତା ଫାଟି ଧାନ ନଷ୍ଟ ହେବା ସହିତ ବର୍ଷା ଦିନ ଆସିଲାଣି ଧାନ ଗଜା ହୋଇଯିବ।ଟୁକନ ହିସାବରେ ଧାନ ଦେବା କଥା କିନ୍ତୁ ସେଥିରୁ ସେମାନେ ବଞ୍ଚିତ ଅଛନ୍ତି ।ସୋସାଇଟ ଷ୍ଟାଫ୍ ଙ୍କ ନାମରେ ଅଭିଯୋଗ କରୁଛନ୍ତି ଚାଷୀ କି ସେମାନେ ଟଙ୍କା ଖାଇ ହେର ଫେର କରୁଛନ୍ତି । ଅନେକ ଚାଷୀ ଆତ୍ମହୂତି କରିବେ ବୋଲି ଧମକ ଦେଲେଣି।
15