ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରବେଶ ଉତ୍ସବ ଓ ଖଡିଛୁଆଁ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

ରାୟଗଡ଼ା, 04/04/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
ରାୟଗଡ଼ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମର ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଶନିବାର ଦିନ ଶୁଭାରମ୍ଭ କରିଛନ୍ତି | ସ୍ଥାନୀୟ ଗାନ୍ଧୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହାର ଆୟୋଜନ କରାଯାଇଥିଲା | ପ୍ରବେଶ ଉତ୍ସବରେ ଜିଲ୍ଲାପାଳଙ୍କ ସମେତ ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶାନ୍ତିଲତା ମୁନି ଓ ସସ୍ମିତା ବେହେରା, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ, ସମଗ୍ର ଶିକ୍ଷା କାର୍ଯ୍ୟାଳୟର ପେଡାଗୋଜି ସଂଯୋଜକ ଜ୍ଞାନ ରଞ୍ଜନ ସାହୁ, ଭିନ୍ନକ୍ଷମ ସଂଯୋଜକ ପ୍ରଦୀପ କୁମାର ସାହୁ ପ୍ରମୂଖ ଉପସ୍ଥିତ ରହି ମା ବିଦ୍ୟାଦାୟିନୀ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିରେ ପୂଜା ଅର୍ଚ୍ଚନା ପରେ ଶିଶୁ ବାଟିକାରେ ନାମ ଲେଖାଇଥିବା ଶିଶୁଙ୍କୁ ସିଲଟରେ ଖଡି ଛୁଆଇଁ ଶିକ୍ଷାରମ୍ଭ କରାଇଥିଲେ | ମୋଟ ପଚିଶି ଜଣ ଶିଶୁଙ୍କୁ ଖଡି ଛୁଆଇଁ ଶିକ୍ଷାରମ୍ଭ କରାଇବା ସହ ଶିକ୍ଷଣ କିଟ ବଣ୍ଟନ କରାଯାଇଥିଲା |ବିଦ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ କୁଲକର୍ଣ୍ଣି ଖେଳଘର ଷ୍ଟଲ, ଗପ ରାଇଜ ଷ୍ଟଲ ଓ ରଙ୍ଗ ପସରା ଷ୍ଟଲ ଗୁଡିକର ଉଦଘାଟନ କରିଥିଲେ ଏବଂ ଷ୍ଟଲ୍ ଗୁଡିକ ପରିଦର୍ଶନ କରିଥିଲେ | ଉପସ୍ଥିତ ପିତାମାତା ଓ ଅଭିଭାବକଙ୍କୁ ପାଞ୍ଚ ବର୍ଷ ରୁ ଉର୍ଦ୍ଧ ଶିଶୁଙ୍କୁ ଶିଶୁବାଟିକା ଓ ଛଅ ବର୍ଷରୁ ଉର୍ଦ୍ଧ ଶିଶୁଙ୍କୁ ପ୍ରଥମ ଶ୍ରେଣୀରେ ନାମଲେଖା ନିମନ୍ତେ ନିଜ ଅଭିଭାଷଣରେ ସଚେତନ କରିଥିଲେ | ଏହି ଅବସରରେ ପ୍ରବେଶ ଉତ୍ସବର ପ୍ରଚାର ଓ ପ୍ରସାର ନିମନ୍ତେ ପୋଷ୍ଟର ଓ ପ୍ରଚାର ପତ୍ରିକାର ଉନ୍ମୋଚନ କରାଯାଇଥିଲା |
Article Image
ଶେଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ କୁଲକର୍ଣ୍ଣି ସଚେତନତା ରଥଙ୍କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ | ସେହିପରି ରାୟଗଡ଼ ଜିଲ୍ଲାର ଏଗାର ଗୋଟି ବ୍ଳକରେ ସଚେତନତା ରଥ ଶୁଭାରମ୍ଭ କରିବାସହ ଗୋଟିଏ ଦିନରେ ତିନିଶହ ଶିଶୁଙ୍କୁ ଖଡି ଛୁଆଁ ସହ ବିଦ୍ୟାଳୟ କିଟ ବଣ୍ଟନ କରାଯାଇଥିଲା | ଚଳିତ ପ୍ରବେଶ ଉତ୍ସବରେ 9721 ଜଣ ଶିଶୁ ବାଟିକାରେ, 11339 ଜଣଙ୍କୁ ପ୍ରଥମ ଶ୍ରେଣୀ ଓ 11569 ଜଣ ଶିଶୁଙ୍କୁ ସେପ୍ଟେମ୍ବର 2026 ସୁଦ୍ଧା ଏପରି ମୋଟ 32629 ଜଣଙ୍କୁ ନୂତନ ଭାବେ ବିଦ୍ୟାଳୟରେ ନାମଲେଖା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ଥିବା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶାନ୍ତିଲତା ମୁନି ପ୍ରକାଶ କରିଛନ୍ତି |
Article Image
ନୀଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ | ଗାନ୍ଧୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ବାତ୍ରିଆ, ସମଗ୍ର ଶିକ୍ଷା ଅଭିଯାନ ର ପ୍ରୋଗ୍ରାମର ଦିଲ୍ଲୀପ କୁମାର ଶାବତ, ଦୀପକ କୁମାର ରାଉତ, ନରେଶ ସିଂ, ନୀଳାଞ୍ଚଳ ମିଶ୍ର, ସମସ୍ତ ସିଆରସିସି ଓ ଶିକ୍ଷକ, ଶିକ୍ଷୟିତ୍ରୀ ବୃନ୍ଦ ସହଯୋଗ କରିଥିଲେ |
Article Image
Article Image
Article Image
5