ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦାର୍ଦ୍ଦିଆ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତାରେ ଝିମାଣୀ ଡ଼୍ୟାମାଟିକ୍ କ୍ଲବ ଚମ୍ପିୟାନ

କୁଜଙ୍ଗ , 04/04/2026, ଉତ୍କଳ voice news - utkalvoicenews.com*( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
କୁଜଙ୍ଗ ବ୍ଲକ ଅନ୍ତର୍ଗତ ଦାର୍ଦ୍ଦିଆ ଗ୍ରାମରେ ବାସନ୍ତୀ ପୂଜା ଉପଲକ୍ଷେ ୪୮ ତମ ବାର୍ଷିକ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ପାଞ୍ଚଦିନ ବ୍ୟାପି ପାଞ୍ଚଗୋଟି ଡ୍ରାମାଟିକ୍ ଭାଗ ନେଇଥିଲା ବେଳେ ଝିମାଣୀ ଡ୍ରାମାଟିକ୍ ଚମ୍ପିୟାନ ହୋଇଥିଲା। ମୁଖ୍ୟ ଅତିଥି ଭାବେ ପୋତାନଇ ପଞ୍ଚାୟତ ସମିତି ସଭ୍ୟ ସତ୍ୟବାନ ମୁଦୁଲି ଯୋଗଦେଇ କଳା ଦିନକୁ ଦିନ ଲୋପ ପାଇବାକୁ ବସିଥିବା ବେଳେ ଦାର୍ଦ୍ଦିଆ ମା" ବାସନ୍ତୀ ପୂଜା କମିଟିର ସଦସ୍ୟ ମାନେ ଏ କାଠି ହୋଇ ଭାଇଚାରା ବଜାୟ ରଖି କଳାକୁ ବଞ୍ଚାଇ ରଖିଥିବାରୁ କମିଟିର ସଦସ୍ୟ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଦେବା ସହିତ ଚମ୍ପିୟାନ ଟିମ୍ କୁ ଟ୍ରଫି ପ୍ରଦାନ କରିଥିଲେ। ବିଚାରକ ଭାବେ କେଶବ ଚନ୍ଦ୍ର ଦଳାଇ ଓ ପ୍ରଫୁଲ୍ଲ କୁମାର ନାଥ ଉପସ୍ଥିତ ଥିଲେ। ନାଟକ ପ୍ରତିଯୋଗିତା ଦେଖିବାକୁ ହଜାର ହଜାର ଜନସମାଗମ ଦେଖିବାକୁ ମିଳିଥିଲା।ଏହି ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତାକୁ ଦାର୍ଦ୍ଦିଆ ମା"ବାସନ୍ତୀ ପୂଜା କମିଟିର ସଭାପତି ସନ୍ତୋଷ ଚ୍ୟୋଧୁରୀ, ସଂପାଦକ ଚିତ୍ତରଞ୍ଜନ ଚ୍ୟୋଧୁରୀ, କୋଷାଧ୍ୟକ୍ଷ ପ୍ରିୟବ୍ରତ ଦାସ, ଶଶିକାନ୍ତ ବିଶ୍ଵାଳ, ଚନ୍ଦ୍ରକାନ୍ତ ବାରିକ, ସଂଗମ ଦାସ,ଚିରଞ୍ଜିବୀ ଦଳାଇ,ମାନସ ବିଶ୍ଵାଳ, ସତ୍ୟବାଦୀ ପ୍ରଧାନ, ନବଘନ ମହାନ୍ତିଙ୍କ ସମେତ ମା"ବାସନ୍ତୀ ପୂଜା କମିଟିର ସମସ୍ତ ମେମ୍ବରମାନେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।
Article Image
5