ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଢ଼ଙ୍ଗା ମଙ୍ଗରାଜପୁର ବୀର ସିଂହ ଗାଦୀ ବଡ଼ ଚଉରା ଠାରେ ବାର୍ଷିକ କାଠି ଲଉଡ଼ି ଉତ୍ସବ ଅନୁଷ୍ଠିତ

ବାଲିକୁଦା, 04/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ବାଲିକୁଦା ବ୍ଲକ ଅନ୍ତର୍ଗତ ଅଢ଼ଙ୍ଗା ପଞ୍ଚାୟତର ମଙ୍ଗରାଜପୁର ବୀର ସିଂହ ଗାଦୀ ବଡ଼ ଚଉରା ଠାରେ ବାର୍ଷିକ କାଠି ଲଉଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାଠି ଲଉଡ଼ି ଉତ୍ସବ ଗୋପାଳ ମାନଙ୍କ ପାରମ୍ପରିକ ପର୍ବ ରୂପେ ପରିଚିତ ଅଟେ । ଏହି କାର୍ଯ୍ୟକ୍ରମରେ ଉତ୍କଳ ଯାଦବ ମହାସଭାର ଯୁଗ୍ମ ସମ୍ପାଦକ ତଥା ବାଲିକୁଦା ବ୍ଲକ ଯାଦବ ମହାସଭାର ସଂଗଠନ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ବାଲିକୁଦା ବ୍ଲକ ଯାଦବ ମହାସଭାର ସଭାପତି ଧର୍ମାନନ୍ଦ ଦାସ, ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ଦାସ, ଯାଦବ ମହାସଭାର ସମ୍ପାଦକ ସୌମେନ୍ଦ୍ର କୁମାର ଦାସ, ଉପ ସଭାପତି ନରେଶ ଚନ୍ଦ୍ର ଦାସ, ସଂଗଠନ ସମ୍ପାଦକ ବିଶ୍ୱନାଥ ପରିଡ଼ା, ନିତ୍ୟାନନ୍ଦ ବେହେରା ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ । ଏହି କାଠି ଲଉଡ଼ି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଖେଳାଳି ମାନେ ଯୋଗଦେଇ ଲଉଡ଼ି ପ୍ରଦର୍ଶନ କରିଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ପରସ୍ପର ମଧ୍ୟରେ ଭାଇଚାରା ଅକ୍ଷୁଣ୍ଣ ରଖିବା ସହିତ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ଶିଖାଇଥାଏ ବୋଲି ଉପସ୍ଥିତ ମଞ୍ଚାସିନ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୌମେନ୍ଦ୍ର ଦାସ, ବାସୁଦେବ ଦାସ, ରଞ୍ଜନ ଦାସ, ସଞ୍ଜୟ ଦାସ, ବିଜୟ ଦାସ, ଅଜୟ ଦାସଙ୍କ ସମେତ ଅଞ୍ଚଳବାସୀ ମିଳିମିଶି ପରିଚାଳନା କରିଥିଲେ । ଏହି କାଠି ଲଉଡ଼ି କାର୍ଯ୍ୟକ୍ରମରେ ସଂଗ୍ରାମପୁରର ବୁଦ୍ଧିସାହି, ବରିମୂଳ, ଅଞ୍ଜିରା, ନରଣପୁର, ଅରଜଙ୍ଗ ପ୍ରଭୃତି କାଠି ଲଉଡ଼ି ଦଳ ଯୋଗଦେଇ କାଠି ଲଉଡ଼ି ପ୍ରଦର୍ଶନ କରିଥିଲେ ।
Article Image
5