ଏରସମା, 04/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତ ନିତ୍ୟାନନ୍ଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତ୍ରିଲୋଚନପୁରରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଉତ୍ସବ ମହାସମାରୋହରେ ପାଳନ କରାଯାଇଥିଲା। ପାରମ୍ଭରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମିହିର କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଖଡ଼ି ଛୁଆଁ ଉତ୍ସବ ପାଳନ କରାଯିବା ସହ ଏହାର ତାତ୍ପର୍ଯ୍ୟ ସଂପର୍କରେ ପିଲାମାନଙ୍କୁ ଅବଗତ କରାଯାଇଥିଲା। ପରେ ପ୍ରବେଶ ଉତ୍ସବ ବା ଖଡ଼ିଛୁଆଁ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଉପସ୍ଥିତ ମାତୃମଣ୍ଡୀଳୀଙ୍କ ନିକଟସ୍ଥ ତ୍ରିଲୋଚନପୁର ପୋଖରୀରୁ କଳସ ଶୋଭାଯାତ୍ରା କରାଯିବା ସହିତ ବିଦ୍ୟାଳୟରରେ ପୂଜାର୍ଚ୍ଚନା କରାଯାଇଥିଲା। ନୂତନ ଶିଶୁମାନଙ୍କୁ ସେମାନଙ୍କ ଅଭିଭାବକ ଗ୍ରହଣରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ସୁବ୍ରତ ରାଉତ,ପଞ୍ଚଶିକ୍ଷା ସେତୁ ଯୋଜନାର ସଭାପତି ବିକ୍ରମଜିତ୍ ସାମନ୍ତରାୟ, ନୂଆଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶେଷଦେବ ସ୍ୱାଇଁ ,ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଓ ପରିଚାଳନା କମିଟିର ସମସ୍ତ ସଦସ୍ୟମାନେ , ଶିଶୁ ବାଟିକା ପ୍ରଥମ ଶ୍ରେଣୀର ଅଭିଭାବକ ଓ ଗ୍ରାମର ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।