କୁଜଙ୍ଗ , 05/04/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
୦୪/୦୪/୨୬ ରିଖ(ଶନିବାର)
ବେଆଇନ୍ ଭାବେ ଆସ୍କା୪୦ ମଦ ବୋତଲ କାରବାର କରୁଥିବା କୃଷ୍ଣ ଚନ୍ଦ୍ର ପଲାଇ ଓରଫ୍ (ବାବୁଙ୍କୁ) ଗିରଫ କରିବାରେ ସଫଳ ହୋଇଛି କୁଜଙ୍ଗ ପୋଲିସ। ଗିରଫ ପରେ ଗତକାଲି କୁଜଙ୍ଗ ପୋଲିସଙ୍କ ଠାରୁ ଯାହା ସୂଚନା ମିଳିଛି ବେଆଇନ୍ କାରବାର କରୁଥିବା ବାବୁ ।।ପି.ତା. ଗୋବିନ୍ଦ ପଲାଇ।। ଯାହାଙ୍କର ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ବାଲିତୁଠ ଗ୍ରାମରେ , ଧରାପଡ଼ିବା ପରେ ତାଙ୍କ ଠାରୁ ୭୧ଟା ଆସ୍କା୪୦ ବୋତଲ ଯାହାର ମାତ୍ରା ପ୍ରାୟ (୧୪.୨୦୦) ଲିଟରର ବୋଲି କୁଜଙ୍ଗ ପୋଲିସ ସୂଚନା ଦେଇଛି। ଏବଂ ଘଟଣା ପରେ କୁଜଙ୍ଗ ପୋଲିସ୍ ଆସାମୀ ବାବୁ ଓରଫ କୃଷ୍ଣ ଚନ୍ଦ୍ର ପଲାଇଙ୍କୁ ୦୪/୦୪/୨୬ ରିଖ ମାମଲା ନଂ ୯୭ ଧାରା ୫୨ରେ ଓଡ଼ିଶା ଆଦାୟ ଅଧିନିୟମ ସମ୍ପର୍କରେ କୋର୍ଟ ଚାଲାଣ କରିଛି।