ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଶିକ୍ଷାବିତ୍ ଧ୍ରୁବ ଚରଣ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳି

ବାଲିକୁଦା, 05/04/2026, ଉତ୍କଳ voice news - utkalvoicenews.com*( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ବାଲିକୁଦା ବ୍ଲକ ଅନ୍ତର୍ଗତ କାଳିଓ ପଞ୍ଚାୟତର କାଳିଓ ଗ୍ରାମର ଶିକ୍ଷାବିତ୍ ଧ୍ରୁବ ଚରଣ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉତ୍କଳ ଯାଦବ ମହାସଭାର ଯୁଗ୍ମ ସମ୍ପାଦକ ତଥା ବାଲିକୁଦା ବ୍ଲକ ଯାଦବ ମହାସଭାର ସଂଗଠନ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ବାଲିକୁଦା ବ୍ଲକ ଯାଦବ ମହାସଭାର ସଭାପତି ଧର୍ମାନନ୍ଦ ଦାସ, ନରେଶ ଚନ୍ଦ୍ର ଦାସ, ସୁଜିତ୍ କୁମାର ବେହେରା, ପ୍ରଫୁଲ୍ଲ ଦାସ, ପ୍ରସନ୍ନ ଦାସ, ପ୍ରଶାନ୍ତ ଦାସ, କ୍ଷେତ୍ରମୋହନ ଦାସ, ଜଟାଧାରୀ ଦାସ, ଅଶୋକ ଦାସ ପ୍ରମୁଖ ଯୋଗଦେଇ ସେ ଜଣେ ଛାତ୍ରବତ୍ସଳ ଓ ସମୟାନୁବର୍ତ୍ତିତା ଶିକ୍ଷକ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ସେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଭଲ ପାଇବା ସହିତ ସ୍ନେହ, ଆଦର ମଧ୍ୟ କରୁଥିଲେ । ସେ ବାଲିକୁଦା ବ୍ଲକ ଯାଦବ ମହାସଭା ପାଇଁ ବିଭିନ୍ନ ସାଙ୍ଗଠନିକ ମୂଳକ କାର୍ଯ୍ୟରେ ଯୋଗଦାନ କରି ତାଙ୍କର ମତାମତ ପ୍ରଦାନ କରି ଥାଆନ୍ତି । ସଭା ପ୍ରାରମ୍ଭରେ ସ୍ୱର୍ଗତ ଦାସଙ୍କ ସ୍ମୃତିରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ଜନସାଧାରଣ ଅଂଶ ଗ୍ରହଣ କରିଥିଲେ ।
Article Image
17