ଏରସମା, 06/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
*୦୪ /୦୪ /୨୬* -
ଏରସମା ସରକାରୀ ୟୁ.ପି.ସ୍କୁଲ ର ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ସ୍କୁଲପରିଷର ରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପରିସଦ ସଭ୍ୟ ପୀତବାସ ଗଛୟତ, ମୁଖ୍ୟ ବକ୍ତା ସରପଞ୍ଚ ସଚିତାନନ୍ଧ ଦାସ, ସନମାନୀୟ ଅତିଥି ବି.ଇ.O ବିଶ୍ଵମ୍ବର ମଲ୍ଲିକ, ଏ.ବି.ଓ ଲିଆକତ ଅଲ୍ଲୀ ଖାଁ, ସି,ଆର,ସି ଶ୍ରୁତିପ୍ରଜ୍ଞା ମହାପାତ୍ର, ନିବେଦିତା ଜେନା, ବୈଷ୍ଣବ ବିଶ୍ୱାଳ, ଏ,ଏମ୍ କେଦାର ଦାସ ପ୍ରମୁଖ ଯୋଗ ଦେଇ ଶିଶୁମାନଙ୍କ ମଙ୍ଗଳ କାମନା କରି ପୂଜାର୍ଚ୍ଚନା ମନ୍ତ୍ରପାଠ ପରେ ଅତିଥିମାନେ ଶିଶୁମାନଙ୍କୁ ନୂଆ କରି ବିଦ୍ୟାଳୟରେ ପ୍ରବେଶ କରାଇଥିଲେ। ଏହାପରେ "ଆସ ସଭିଏଁ ସ୍କୁଲ ଯିବା" ସଚେତନତା ରଥକୁ ପତାକା ଦେଖାଇ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ,ଅଭିଭାବକ, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।