ଜଗତସିଂହପୁର, 06/04/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ୫ ଦିନ ଧରି ଚାଲିଥିବା ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ-୨୦୨୬ ଉଦଯାପିତ ହୋଇଯାଇଛି । ଜିଲ୍ଲାପାଳ ଜେ. ସୋନାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦଯାପନି ଉତ୍ସବରେ ଅତିଥି ଭାବରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ଏସ୍ପି ଅଙ୍କିତ କୁମାର ବର୍ମା, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ପ୍ରମୁଖ ଯୋଗ ଦେଇ ଏହି ଜିଲ୍ଲା ମହୋତ୍ସବ ଜିଲ୍ଲାର କଳା, ସାହିତ୍ୟ ଓ ସଂସ୍କୃତିକୁ ଉଦଯିବିତ କରିବା ସହିତ ଏହି ମହୋତ୍ସବ ସମସ୍ତଙ୍କର ମଧ୍ୟରେ ଭାଇଚାରା ସୃଷ୍ଟି କରିଥାଏ ବୋଲି ଅତିଥି ମାନେ କହିଥିଲେ ।
ଏହି ଅବସରରେ ଅନ୍ତରା ଚକ୍ରବର୍ତ୍ତୀ ଲାଇଭ ବ୍ରାଣ୍ଡ ସୋ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷ ସନ୍ଧ୍ୟାରେ ହଜାର ହଜାର ଦର୍ଶକ ମାନେ ଏହାର ମଜା ଉଠାଇଥିଲେ ।