ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଜେପିର ୪୭ତମ ପ୍ରତିଷ୍ଠା ଦିବସ ପାଳିତ

ବୁଗୁଡ଼ା, 06/04/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡ଼ା ନଗର ବିଜେପି ପକ୍ଷରୁ ଭାରତୀୟ ଜନତା ପାର୍ଟିର ୪୭ତମ ସ୍ଥାପନା ଦିବସ ସ୍ଥାନୀୟ ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ନଗର ସଭାପତି କେଦାରନାଥ ମହାରଣାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ହରପ୍ରସାଦ ଦାସ, ଆସ୍କା ଚିନି ଶିଳ୍ପ ନିର୍ଦ୍ଦେଶକ ବସନ୍ତ କୁମାର ଦଳେଇ,ଘୁମୁସର ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର, ନଗର ମହିଳା ମୋର୍ଚ୍ଚା ସଭାପତି ରେଶ୍ମମା ପାତ୍ର, ନଗର ବିଧାୟକ ପ୍ରତିନିଧି ୟୁ. ବୁଲୁ ପାତ୍ର ଏବଂ ନଗର ଯୁବମୋର୍ଚ୍ଚା ସଭାପତି ମାନସ ରଂଜନ ସୁବୁଦ୍ଧି,ନଗର ସାଧାରଣ ସମ୍ପାଦକ ଆଲୋକ କୁମାର ଦାସ ଓ ନଗର ପ୍ରଭାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଦଳର ଆଦର୍ଶ ଓ ସଂଗଠନକୁ ମଜଭୁତ କରିବା ସମ୍ପର୍କରେ ଆଲୋଚନା କରିଥିଲେ।ଏଥି ସହ ମାଣିତରା ମଣ୍ଡଳ ବିଜେପି କାର୍ଯ୍ୟାଳୟଠାରେ ମଧ୍ୟ ସ୍ଥାପନା ଦିବସ ଅବସରରେ ପତାକା ଉତ୍ତୋଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି କାର୍ତ୍ତିକ କୁମାର ମଙ୍ଗାଳ, ପ୍ରଭାରୀ ସୁଶାନ୍ତ କୁମାର ଡାକୁଆ, ଯୁବମୋର୍ଚ୍ଚା ସଭାପତି ପ୍ରକାଶ ମହାରଥା, କୃଷକ ମୋର୍ଚ୍ଚା ସଭାପତି ପଦ୍ମଚରଣ ପ୍ରଧାନ, ସଂକୁରୁ ସରପଞ୍ଚ ସୁଶାନ୍ତ କୁମାର ରାଉତ ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତା ପୂର୍ଣ୍ଣଚନ୍ଦ୍ର ଭୂୟାଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦଳର ୪୭ ବର୍ଷର ସଫଳ ଯାତ୍ରା ଏବଂ ଜନସେବା ସମ୍ପର୍କରେ ବକ୍ତାମାନେ ନିଜର ମତ ରଖିଥିଲେ।
Article Image
17