ବାଲିକୁଦା, 06/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ବାଲିକୁଦା ବ୍ଲକ୍ ର ଓଷକଣା ପଞ୍ଚାୟତର ଶୋଭା ସ୍ଥିତ ଶୋବନେଶ୍ଵର ଗୋଠ ପ୍ରାଙ୍ଗଣରେ ବାର୍ଷିକ ଗୋପାଳ ଓଗାଳ ଓ କାଠି-ଲଉଡ଼ି ଖେଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉତ୍କଳ ଯାଦବ ମହାସଭାର ସମ୍ପାଦକ ତଥା ଜଗତସିଂହପୁର ଜିଲା ପର୍ଯ୍ୟବେକ୍ଷକ ତୀର୍ଥବାସୀ ବେହେରା, ପ୍ରସନ୍ନ କୁମାର ବେହେରା, ଉତ୍କଳ ଯାଦବ ମହାସଭାର ଯୁଗ୍ମ ସମ୍ପାଦକ ତଥା ବାଲିକୁଦା ବ୍ଲକ ଯାଦବ ମହାସଭାର ସଂଗଠନ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ବାଲିକୁଦା ବ୍ଲକ ଯାଦବ ମହାସଭାର ସଭାପତି ଧର୍ମାନନ୍ଦ ଦାସ, ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ଦାସ, ନାଉଗାଁ ବ୍ଲକ୍ ଯାଦବ ମହାସଭାର ଗୌରାଙ୍ଗ ଚରଣ ଦାସ,
ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ଦାସ, ଉପସଭାପତି ନରେଶ ଚନ୍ଦ୍ର ଦାସ, ସମ୍ପାଦକ ସୌମେନ୍ଦ୍ର କୁମାର ଦାସ, ରବୀନ୍ଦ୍ର କୁମାର ମାଦେଳି, ବୀରବର ଦାସ, ଚାଷୀ ନେତା ଦୁର୍ଗାଚରଣ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୬ଟି ଦଳ ଭାଗ ନେଇ ଲଉଡ଼ି ଖେଳ ପ୍ରଦର୍ଶନ କରିଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ପରସ୍ପର ଭିତରେ ଭାଇଚାରା ସୃଷ୍ଟି କରିବା, ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ଶିଖାଇଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶୋବନେଶ୍ଵର ଗୋଠର ଅଶୋକ ଦାସ, ରବୀନ୍ଦ୍ର ମାଦେଳୀ, ନେତ୍ରାନନ୍ଦ ମାଳତୀ, ଚତ୍ରାନନ୍ଦ ମାଳତୀ, ସୁନାକର ଦାସ, କାର୍ତ୍ତିକ ମାଳତୀ, ଗୌରାଙ୍ଗ ମାଳତୀ, ସୁରେଶ ଦାସ, ପଦିଆ ମାଳତୀ, କାଳିଆ ମାଳତୀ, ବିପିନ ମାଳତୀ, ଲକ୍ଷ୍ମୀଧର ଦାସ, ସଞ୍ଜୟ ମାଳତୀ, ଶଙ୍କର ଦାସ, ସୁନାକର ମାଳତୀ, ଚକର ଦାସ, ନୂତନ ମାଳତୀ ପ୍ରମୁଖଙ୍କ ସହିତ ଯାଦବ ଭାଇ ମାନେ ପରିଚାଳନା କରିଥିଲେ ।
