ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭାରତୀୟ ଜନତା ପାର୍ଟିର ୪୭ତମ ପ୍ରତିଷ୍ଠା ଦିବସ ପାଳନ

ଏରସମା, 07/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ଭାରତୀୟ ଜନତା ପାର୍ଟିର ୪୭ତମ ପ୍ରତିଷ୍ଠା ଦିବସ ଆଜି ସାରା ଦେଶରେ ପାଳନ କରାଯାଉଥିବା ବେଳେ ସେହିପରି ଭାବରେ ବାଲିକୁଦା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଗରିମାମୟ ଭାବରେ ପାଳନ କରାଯାଇଥିଲା। ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ଭଳି ରାଷ୍ଟ୍ରୀୟ ସେବକଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ବିଜେପି ଶ୍ରଦ୍ଧେୟ ଅଟଳଜୀ, ଆଡଭାନୀ ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ପରି ଅଗଣିତ କର୍ମଯୋଗୀଙ୍କ ଅବଦାନରେ ଆଜି ବିଶ୍ୱର ସର୍ବବୃହତ ରାଜନୈତିକ ପରିବାରରେ ପରିଣତ ହୋଇଛି। ଏବଂ ଏକ ବିରାଟ ବଟ୍ଟବୃକ୍ଷର ରୂପ ନେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭୂତପୂର୍ବ ନେତୃତ୍ୱ, ଶୀର୍ଷ ନେତୃତ୍ୱର ପ୍ରୟାସ ଏବଂ କର୍ମଠ କାର୍ଯ୍ୟକର୍ତ୍ତାଙ୍କ ନିଃସ୍ୱାର୍ଥପର ସେବା ମନୋଭାବ ଯୋଗୁଁ ଆଜି ଭାରତୀୟ ଜନତା ପାର୍ଟି ଦେଶର ସବୁଠାରୁ ବିଶ୍ୱସ୍ତ ରାଜନୈତିକ ଦଳ ଭାବରେ ଉଭା ହୋଇଥିବା ବେଳେ ଜନସାଧାରଣଙ୍କ ପ୍ରଥମ ପସନ୍ଦ ହୋଇଛି । ବିଜେପି ନେତା ସୁବାସ ସ୍ୱାଇଁ ଓ ତାଙ୍କ ପତ୍ନୀ ପୂଜାରାଣୀ ସ୍ୱାଇଁ ନିଜ ଘରର ଛାତ ଉପରେ ପତାକା ଉତ୍ତୋଳନ କରିଥିଲେ।ଆଜି ଦେଶର ସମସ୍ତ ବିଜେପି ନେତୃମଣ୍ଡଳି ଓ କାର୍ଯ୍ୟକତ୍ତା ମାନେ ନିଜର ନିଜ ଘର ଆଗରେ ବିଜେପି ପତକା ଲଗାଇ ପ୍ରତିଷ୍ଠା ଦିବସ ପାଳନ କରିଥିଲେ।ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିମାନ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପାଳନ କରାଯାଇଛି।ଏହି ଉପଲକ୍ଷେ ବିଜେପି ର ସମସ୍ତ କର୍ମୀ ଭାଇ , ଭଉଣୀ ଓ ଗୁରୁଜନ ମାନଙ୍କୁ ଏହି ପବିତ୍ର ଦିନରେ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
9