ଏରସମା, 07/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଗତ ତା ,6,4,2026 ରିଖ ସୋମବାର ଦିନ ଶାଗବାରିଆ ସୁଶ୍ରୀ ଶୁଭଶ୍ରୀ କାର୍ଯ୍ୟାଳୟ ପରିସରରେ ପୂଜ୍ୟ ପୂଜା ସାହିତ୍ୟ ସଂସଦ, ପ୍ରେରଣା, ଗଙ୍ଗୋତ୍ରୀ, ସୁଶ୍ରୀ ଶୁଭଶ୍ରୀ, ସମ୍ବାଦ ସାହିତ୍ୟଘର, ନିଖିଳ ଉତ୍କଳ ଲେଖିକା ମଞ୍ଚ, ବଟଶ୍ରୀ, ପ୍ରୀତି ପୌର୍ଣ୍ଣମlସୀ ସାହିତ୍ୟ ମଞ୍ଚର କର୍ମକର୍ତ୍ତାଗଣଙ୍କ ନିଷ୍ପତ୍ତି ଅନୁସାରେ ଏକ ସାରସ୍ୱତ ମହାମଞ୍ଚ ଗଠନ କରାଯାଇଅଛି l ଏହି ମହାମଞ୍ଚ ପକ୍ଷରୁ ସାରସ୍ୱତ କାର୍ଯ୍ୟମାନ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ନୂତନ ସାରସ୍ୱତ ସାଧକ ମାନଙ୍କୁ ଅନ୍ୱେଷଣ କରାଯାଇ ଆଗାମୀ ପିଢ଼ିର ସାରସ୍ୱତ ସାଧନାକୁ ବଳବତ୍ତର କରାଯିବାର ପ୍ରୟାସ ଜାରି ରହିବ l ଏହି ମହାମଞ୍ଚର ଦୃଢ଼ ସ୍ଥାୟିତ୍ୱକୁ ଦୃଷ୍ଟି ପଥରେ ରଖି ସର୍ବସମ୍ମତିକ୍ରମେ ପଣ୍ଡିତ ନାଗୁ ଚରଣ ଦେବତାଙ୍କୁ ସଭାପତି ରୂପେ, ପ୍ରଶାନ୍ତ କୁମାର ସେଠୀ ସମ୍ପାଦକ, ପରିଚାଳନା ସମ୍ପାଦିକା ଡ. ବସନ୍ତ ମଞ୍ଜରୀ ଦାସ, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଅରୁଣ କୁମାର ବେହେରା, ସଂଯୋଜକ ଶ୍ରୀଯୁକ୍ତ ନଗେନ୍ଦ୍ରନାଥ ସ୍ୱାଇଁ, ଉପସଭାପତି ଶ୍ରୀଯୁକ୍ତ ମହେଶ୍ୱର ସ୍ୱାଇଁ, ଶ୍ରୀଯୁକ୍ତ ହେମନ୍ତ କୁମାର ନାୟକ, ସହସମ୍ପାଦକ ଶ୍ରୀଯୁକ୍ତ ହୃଷିକେଶ ଜେନା ଓ ଯଯାତି କେଶରୀ ସାମନ୍ତରାୟ,ସଂଗଠନ ସମ୍ପାଦକ ତୃପ୍ତି ରଞ୍ଜନ ମହାନ୍ତି,କାର୍ଯ୍ୟକାରୀ ସଦସ୍ୟ ଶ୍ରୀଯୁକ୍ତ ଅରୂପାନନ୍ଦ ସ୍ୱାଇଁ, ଡାକ୍ତର ତନ୍ମୟ କୁମାର ସେଠୀ,ଶ୍ରୀଯୁକ୍ତ ବୈଦ୍ୟନାଥ ସାହୁ,କ୍ଷୀରୋଦ ଚନ୍ଦ୍ର ସେଠୀ,ଶ୍ରୀଯୁକ୍ତ ପ୍ରେମ ଚରଣ ରାଉତ, ଶ୍ରୀମତୀ ବିଭୂଷିତା ଦାସ, ସୁଶ୍ରୀ ନିର୍ମଳା ସାହୁ ପ୍ରମୁଖଙ୍କୁ ଚୟନ କରାଯାଇଥିଲାବେଳେ ଆଇନ ପରାମର୍ଶ ଦାତା ଭାବରେ ଆଇନଜୀବୀ ମଞ୍ଜୁଲତା ରାଉତ ଓ ଆଇନଜୀବୀ ଡ. ବୀରନାରାୟଣ ପାତ୍ରଙ୍କୁ ଚୟନ କରାଯାଇଛି l ଆଗାମୀ ଦିନରେ ଏହାର କାର୍ଯ୍ୟପନ୍ଥା ସୁଦୃଢ କରାଯିବାପାଇଁ ସମସ୍ତ ସାରସ୍ୱତ ସାଧକ ମାନଙ୍କୁ ଆହ୍ୱାନ କରାଯାଇ ଏକ ସାଧାରଣ ସଭା ଅନୁଷ୍ଠିତ ହେବାର ଦାୟିତ୍ୱ ସମ୍ପାଦକ, ସଭାପତି ଓ ପରିଚାଳନା ସମ୍ପାଦିକାଙ୍କୁ ଦିଆଯାଇଛି l