ବାଲିକୁଦା, 07/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ବାଲିକୁଦା ବ୍ଲକ ଅଳାଭର ପଞ୍ଚାୟତର କଣିଆ ସ୍ଥିତ ବରୁଣେଇଙ୍କ ପୀଠରେ ବାର୍ଷିକ କାଠି ଲଉଡ଼ି ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅଳାଭର ସରପଞ୍ଚଙ୍କ ପ୍ରତିନିଧି ବିଭୂତି ଭୂଷଣ ସ୍ୱାଇଁ, ବାଲିକୁଦା ସରପଞ୍ଚ ରାଜକିଶୋର ସାହୁ, ଅଳାଭର ସମିତି ସଭ୍ୟ ହରିଶ୍ଚନ୍ଦ୍ର ଶତପଥି, ଉତ୍କଳ ଯାଦବ ମହାସଭାର ଯୁଗ୍ମ ସମ୍ପାଦକ ତଥା ବାଲିକୁଦା ବ୍ଲକ ଯାଦବ ମହାସଭାର ସଂଗଠନ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ବାଲିକୁଦା ବ୍ଲକ ଯାଦବ ମହାସଭାର ସଭାପତି ଧର୍ମାନନ୍ଦ ଦାସ, କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ଦାସ, ଅଧ୍ୟାପକ ଡଃ ଅକ୍ଷୟ କୁମାର ଜେନା, ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ଦାସ, ଉପ ସଭାପତି ନରେଶ ଚନ୍ଦ୍ର ଦାସ, ସମ୍ପାଦକ ସୌମେନ୍ଦ୍ର କୁମାର ଦାସ, ନିତ୍ୟାନନ୍ଦ ବେହେରା, ଶଙ୍କର ବହିରା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାଠି ଲଉଡ଼ି ପ୍ରତିଯୋଗିତାର ଅରଜଙ୍ଗ, କୁସୁପୁର, ରଘୁନାଥପୁର, ତିର୍ତ୍ତୋଲ, ଭୁବନେଶ୍ୱର, ନିଆଳି, କଣିଆ ପ୍ରଭୁତି ଅଞ୍ଚଳରୁ ପ୍ରତିଯୋଗୀ ଦଳ ମାନେ ଭାଗନେଇ ମନ୍ତ୍ରମୁଗ୍ଧ ଲଉଡ଼ି ଖେଳ ପ୍ରଦର୍ଶିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରବୀନ୍ଦ୍ର ପରିଡ଼ା, ଶରତ ଦାସ, ହେମନ୍ତ କୁମାର ଦାସ, ମିଟୁ ଦାସ, ସୁଶାନ୍ତ କୁମାର ଦାସ, ଗୌରାଙ୍ଗ ଚରଣ ପରିଡ଼ା, ତପନ କୁମାର ଦାସ, ପବିତ୍ର ଦାସ, ଅମୂଲ୍ୟ ଦାସ, ସୁରେନ୍ଦ୍ର ପ୍ରଧାନ, ବୁବୁନ୍ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।