ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାହାମା ରେ ନାମାଚାର୍ଯ୍ୟ ବାବା ବାୟାଙ୍କ ସ୍ମୃତିରେ ନାମ ସମାବେଶ ଓ ଭାଗବତ କଥାମ୍ବୃତମ।।

ରାହାମା, 08/04/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ତଥା ସମାଜ ସଂସ୍କାରକ ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆ ଙ୍କ ରାଜ୍ୟ ସ୍ତରୀୟ ଜନ୍ମୋତ୍ସବ ପାଳନ ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆ ଙ୍କ ଧରାବତରଣ ଦିବସ ଅବସରରେ ନାମାଚାର୍ଯ୍ୟ ବାୟା ଙ୍କ ସ୍ମୃତି ରେ ନାମାଚାର୍ଯ୍ୟ ବାବା ବାୟାଙ୍କ ସ୍ମୃତିରେ ନାମ ସମାବେଶ ଓ ଭାଗବତ କଥାମ୍ବୃତମ ରାହାମା କଲେଜ ପଡିଆ ରେ ଅନୁଷ୍ଠିତ ହୋଇଥିଲା। ଆଜି ସନ୍ଧ୍ୟା ୭ ଘଟିକା ସମୟ ରେ ବାବା ବଳିଆ ମାଉସୀ ମା ମନ୍ଦିର ନିକଟରେ ରେ ପହଞ୍ଚି ବିରାଟ ପାଟୁଆ ରେ ଭଜନ, କୀର୍ତ୍ତନ, ଶଙ୍ଖ, ହୁଳହୁଳି ମାଧ୍ୟମରେ ବାବା ଙ୍କୁ ମଞ୍ଚ ନିକଟକୁ ପାଛୋଟି ଆଣିଥିଲେ। ମଞ୍ଚକୁ ଉଦଘାଟନ ଓ ପ୍ରଦୀପ ପ୍ରଜ୍ବଳନ ରେ ଶିଶୁ ଆଶ୍ରମ ର ବାବାଜୀ ଲକ୍ଷ୍ମୀଧର ଦାସ, ଶ୍ରୀବାସ ଦାସ, ପରମାତ୍ମା ଦାସ, ବଜାର କମିଟି ସଭାପତି ଶିଶିର ଦାସ, ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଶିଶୁ ଅନନ୍ତ ଆଶ୍ରମ ର ମଧୂସୁଦନ ଦାସ, ବାବାଜୀ ସଞ୍ଜୟ ଦାସ,ସେବକ ଗୋପାଳ ଦାସ, କାଳନ୍ଦୀ ଦାସ, ଯୋଗ ଦେଇ ଥିଲେ। ଶ୍ରୀମଦ ବାବା ବଳିଆ ଙ୍କୁ ମାଲ୍ୟାର୍ପଣ ପୂର୍ବକ ପୂଜାର୍ଘ୍ୟ ମାତୃ ମଣ୍ଡଳୀ ରାଜଶ୍ରୀ ସ୍ୱାଇଁ, ଓ ଭାଇ ଦିଲ୍ଲୀପ ମହାପାତ୍ର, ରମେଶ ସାହୁ ବଂଶୀଧର କୁଣ୍ଡୁ, ତନ୍ମୟ ଦାସ, ପ୍ରଦ୍ୟୁମ୍ନ ଦାସ, ଜଗନ୍ନାଥ ସୁତାର, ସରୋଜ ଦାସ ପ୍ରଦାନ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ବାବାଜୀ ପ୍ରଣବ।ନନ୍ଦ ଦାସ, ବାବା ଙ୍କ ନିକଟ ତର ଅଭୟ କୁମାର ଦାସ, ଡ଼ଃ ସୁନାକର ବେହେରା, ମାନସ ରଞ୍ଜନ ମହାପାତ୍ର, ପବିତ୍ର ପରିଜା, ଅରୁଣ କୁମାର ପାଣି, ଉପସ୍ଥିତ ଥିଲେ।ଆସନ୍ତା କାଲି ବାବା ଙ୍କ ୭୩ ତମ ଜନ୍ମ ଦିବସ ମହା ସମାରୋହରେ ଯୋଗ ଦେବା ପାଇଁ ବିଭିନ୍ନ କୋଣ ଅନୁକୋଣ ରୁ ଶ୍ରଦ୍ଧାଳୁ ଭକ୍ତ ମାନେ ଯୋଗ ଦେବେ।।
Article Image
Article Image
13