ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କାଳବୈଶାଖୀର ତାଣ୍ଡବରେ କାଶୀପୁର ବ୍ଲକରେ କ୍ଷତି – ପୀଡ଼ିତ ଅଞ୍ଚଳକୁ ପହଞ୍ଚିଲେ ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ଦୁରିଆ

କାଶୀପୁର, 08/04/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
କାଳବୈଶାଖୀ ଝଡ଼ର ତାଣ୍ଡବରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ କ୍ଷତି ସୃଷ୍ଟି ହୋଇଛି। ବିଶେଷକରି ମାଇକଞ୍ଚ ପଞ୍ଚାୟତର ମାଇକଞ୍ଚ, ନୂଆଗାଁ, ପଡାପଦର, କାକିଡ଼ିପଦର ଏବଂ ରେଙ୍ଗା ପଞ୍ଚାୟତର ଚମ୍ପାଯୋଡି, ତେଲଗିରି, ପୋଟାମୁଣ୍ଡେଇ ଗ୍ରାମଗୁଡ଼ିକରେ ଅନେକ ଘର ଭାଙ୍ଗିପଡ଼ିଥିବା ସୂଚନା ମିଳିଛି। ତିବ୍ର ପବନ ସହିତ ବର୍ଷା ଯୋଗୁଁ ଗ୍ରାମାଞ୍ଚଳରେ ବିଦ୍ୟୁତ ସେବା ମଧ୍ୟ ବିଘ୍ନିତ ହୋଇଥିବାରୁ ସ୍ଥାନୀୟ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଘଟଣା ସମ୍ପର୍କରେ ଖବର ପାଇ କାଶୀପୁର ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ଦୁରିଆ ତୁରନ୍ତ ପୀଡ଼ିତ ଗ୍ରାମଗୁଡ଼ିକୁ ପହଞ୍ଚି ପରିସ୍ଥିତିର ଅନୁସନ୍ଧାନ କରିଥିଲେ। ସେ ପୀଡ଼ିତ ପରିବାରମାନଙ୍କ ସହ ଆଲୋଚନା କରି ସେମାନଙ୍କ ଦୁଃଖଦ ସ୍ଥିତିକୁ ଅନୁଭବ କରିଥିଲେ।
Article Image
ଶ୍ରୀ ଦୁରିଆ କହିଥିଲେ ଯେ, “ଏହି ପ୍ରାକୃତିକ ବିପଦରେ ପୀଡ଼ିତ ପରିବାରମାନଙ୍କୁ ଶୀଘ୍ର ସରକାରୀ ସହାୟତା ମିଳିବା ଅତ୍ୟାବଶ୍ୟକ। ମୁଁ ଏହି ସମସ୍ୟାକୁ ବ୍ଲକ ପ୍ରଶାସନଙ୍କ ଗ୍ରହଣକ୍ଷେତ୍ରରେ ଆଣିବି ଏବଂ ପୀଡ଼ିତମାନଙ୍କ ପାଇଁ ଆବଶ୍ୟକ ସହାୟତା ବ୍ୟବସ୍ଥା କରାଯିବାକୁ ଦାବି କରିବି।” ସେ ଆହୁରି କହିଥିଲେ ଯେ, କଂଗ୍ରେସ ଦଳ ସଦା ସର୍ବଦା ଜନସାଧାରଣଙ୍କ ସହିତ ରହିଛି ଏବଂ ଏପରି ଦୁର୍ଦ୍ଦଶା ସମୟରେ ମଧ୍ୟ ଅଞ୍ଚଳବାସୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇବ।
Article Image
ସ୍ଥାନୀୟ ଲୋକମାନେ ମଧ୍ୟ ତୁରନ୍ତ ଘର ପୁନର୍ନିର୍ମାଣ ସହିତ ବିଦ୍ୟୁତ ସେବା ପୁନରୁଦ୍ଧାର ପାଇଁ ପ୍ରଶାସନଙ୍କୁ ଦାବି କରୁଛନ୍ତି । ଏହା ସହିତ ବ୍ଲକ ପ୍ରଶାସନ ପକ୍ଷରୁ ଶୀଘ୍ର ପଦକ୍ଷେପ ନିଆଯିବ କି ନାହିଁ ତାହା ଦେଖିବାକୁ ବାକି ରହିଲା |
Article Image
8