ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

*ବୁଦ୍ଧିସାହି ଅନନ୍ତ ଗୋସ୍ୱାମୀ ଯାଦବ ସଂଘର ବାର୍ଷିକ କାଠି ଲଉଡି ଉତ୍ସବ*

ବାଲିକୁଦା, 08/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ବାଲିକୁଦା ବ୍ଲକ୍ ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତର ବୁଦ୍ଧିସାହି ଗ୍ରାମର ରାଧାକୃଷ୍ଣ ମନ୍ଦିର ପରିସରରେ ଅନନ୍ତ ଗୋସ୍ୱାମୀ ଯାଦବ ସଂଘ ଆନୁକୂଲ୍ୟରେ ବାର୍ଷିକ କାଠି ଲଉଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ଜିଲାର ବିଭିନ୍ନ ଅଞ୍ଚଳର କାଠି ଲଉଡ଼ି ଦଳ ବୁଦ୍ଧିସାହି, ହରିଶପୁର, ଖଣ୍ଡାସାହି, ନାକୋଳି, ଦଣ୍ଡାସାହି, ନରଣପୁର ଆଦି ପ୍ରଭୃତି ଅଞ୍ଚଳରୁ ଲଉଡ଼ି ସଂଗଠନ ମାନେ ଯୋଗଦେଇ ସେମାନଙ୍କର ପାରମ୍ପରିକ ଲଉଡ଼ି ଖେଳ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉତ୍କଳ ଯାଦବ ମହାସଭାର ଯୁଗ୍ମ ସମ୍ପାଦକ ତଥା ବାଲିକୁଦା ବ୍ଲକ ଯାଦବ ମହାସଭାର ସଂଗଠନ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ସମ୍ପାଦକ ସୌମେନ୍ଦ୍ର ଦାସ, ବିଶ୍ୱନାଥ ପରିଡ଼ା, ନିତ୍ୟାନନ୍ଦ ବେହେରା, ଅନନ୍ତ ଗୋସ୍ୱାମୀ ଆଞ୍ଚଳିକ ଯାଦବ ସଂଘର ସଭାପତି ପ୍ରଫୁଲ୍ଲ କୁମାର ବେହେରା, ପ୍ରମୋଦ ଚୌଧୁରୀ, ନୃସିଂହ ଦାସ, ଶଙ୍କର ବହିରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଯାଦବ ସମାଜର ଏହି କାଠି ଲଉଡ଼ି ପ୍ରତିଯୋଗୀତା କାହିଁ କେଉଁ କାଳରୁ ଏକ ଆଧ୍ୟାମିକ ପରମ୍ପରା ବହନ କରେ ବୋଲି କହିବା ସହିତ ଏହାର ପ୍ରଚାର ପ୍ରସାର ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଶ୍ୱନାଥ ପରିଡ଼ା, ଧୀରେନ୍ଦ୍ର ପରିଡ଼ା, ଶରତ ଚନ୍ଦ୍ର ପରିଡ଼ା, ଚୈତନ୍ୟ ପରିଡ଼ା, ଗୁନ ପରିଡ଼ା, ବିକାଶ ପରିଡ଼ା, ସାଗର ପରିଡ଼ା ପ୍ରମୁଖଙ୍କ ସହିତ ଗହିରପଡା ଓ ବୁଦ୍ଧି ସାହିର ସମସ୍ତ ଜନସାଧାରଣ ମିଳିମିଶି ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ ।
Article Image
6