ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସର୍ବସାଧାରଣ ଜମିକୁ ଜବରଦଖଲ ଉଚ୍ଛଦେ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ

ଢେଙ୍କାନାଳ, 08/04/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଙ୍କଡପାଳ ଗ୍ରାମ ପଂଚାୟତର କୁଶୁପଦା ଗ୍ରାମର ବହୁ ଅଧିବାସୀମାନେ ସର୍ବସାଧାରଣ ସରକାରୀ ଜମିର ଜବରଦଖଲ ଉଚ୍ଛେଦ ନିମନ୍ତେ ଜିଲ୍ଲାପାଳଙ୍କ ପାଖରେ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । କୁଶୁପଦା ପ୍ରାଥମିକ ବିଦ୍ୟାଳୟକୁ ଲାଗି ଖାତା ନମ୍ଵର୍ ୯୧, ପ୍ଲଟ୍ ନଂ-୭୫ ଟି ସରକାରୀ ଜମି ରହିଅଛି । ଉକ୍ତ ପ୍ଲଟ୍ ଦେଇ କୁଶୁପଦା ଆଦିବାସୀ ସାହିକୁ ଏକ ରାସ୍ତା ଯିବାସହ ଅବଶିଷ୍ଟ ଜମିକୁ ଗ୍ରାମ ଶ୍ମଶାନ ରୂପେ ଦୀର୍ଘବର୍ଷ ହେବ ବ୍ୟବହାର କରିଆସୁଅଛନ୍ତି । କିନ୍ତୁ ବଡ ଦୁଃଖର ବିଷୟ ସେହି ଗ୍ରାମର ହୃଷି ନାଏକଙ୍କ ପୁଅ ବସନ୍ତ ନାଏକଙ୍କ ସହାୟତାରେ ଢେଙ୍କାନାଳ ଟାଉନ୍‌ର ଜନୈକ ବ୍ୟକ୍ତି ସରକାରୀ ଜମିକୁ ବଳପୂର୍ବକ ତାରବାଡ ଦେଇ ସେଠାରେ ବେଆଇନ ଭାବେ ଏକ ଘର ନିର୍ମାଣ କରିଛନ୍ତି । ଏହି ବିଷୟରେ ଗ୍ରାମବାସୀମାନେ ଗତ ୨୦୨୫ ମସିହା ଡିସେମ୍ବର ମାସ ୧ ତାରିଖରେ ଏକ ଅଭିଯୋଗ ପତ୍ର ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ଯାଣ ମନ୍ତ୍ରୀ ଏବଂ ବଂ ଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରକୋଷ୍ଠରେ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଏହାକୁ ତଦନ୍ତ ପାଇଁ ତହସିଲଦାରଙ୍କୁ ଆଦେଶ ଦେଇଥିଲେ । ସେହି ଆଧାରରେ କାଙ୍କଡପାଳ ରାଜସ୍ବ ନିରୀକ୍ଷକ ସରଜମିନ ତଦନ୍ତ କରିବାକୁ ଯାଇଥିଲେ ମଧ୍ୟ ଅଦ୍ୟାବଧୂ ଜବର ଦଖଲ ଉଚ୍ଛେଦ ହେଲା ନାହିଁ । ତେଣୁ ପୁନର୍ବାର ଅଦ୍ୟ ଗ୍ରାମର ଶତାଧିକ ଗ୍ରାମବାସୀ ଉକ୍ତ ସରକାରୀ ଜମିକୁ ଉଚ୍ଛେଦ କରାଯିବା ପାଇଁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ବେହେରା (ରାଜସ୍ବ )ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
6